ପୁରୀ ସମୁଦ୍ରକୂଳରେ ବାଲୁକା କଳା ପ୍ରଦର୍ଶନ କରି ଏସ୍‌ପି ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶିଳ୍ପୀ ସୁଦର୍ଶନ

ମୁମ୍ବାଇ: ଲୋକପ୍ରିୟ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ପରେ ତାଙ୍କୁ ନିଜର ବାଲୁକା ଶିଳ୍ପ ମାଧ୍ୟମ‌ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏକ ମାସରୁ ଅଧିକ ସମୟ ଧରି କୋଭିଡ -୧୯ ସହିତ ସଂଗ୍ରାମ କରି ସୁସ୍ଥ ହୋଇଥିବା ସୁବ୍ରମଣ୍ୟମଙ୍କର ‌ ସେପ୍ଟେମ୍ବର୨୫ରେ ଚେନ୍ନାଇର ଏମଜିଏମ ହେଲଥ କେୟାର ହସ୍ପିଟାଲରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ମୃତ୍ୟୁ ହୋଇଛି।

ସୁଦର୍ଶନ ପୁରୀ ସମୁଦ୍ରକୂଳ ବାଲିରେ ବାଲାସୁବ୍ରମଣ୍ୟମ ବାଲୁକା କଳା ପ୍ରଦର୍ଶନ କରି ନିଜର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସେ ତାଙ୍କ ଶିଳ୍ପର ଫଟୋ ନିଜ ଟ୍ବିଟ୍‌ର ଆକାଉଣ୍ଟରେ ବି ସେୟାର୍‌ କରିଛନ୍ତି।

ଫଟୋ ସେୟାର୍‌ କରି ସେ ଲେଖିଛନ୍ତି, ‘କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରହ୍ମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କୁ ନେଇ ଓଡ଼ିଶାର ପୁରୀ ବେଳାଭୂମିରେ ମୋର ବାଲୁକା କଳା।’

ଉଲ୍ଲେଖଯୋଗ୍ୟ, ଏସପି ବାଲାସୁବ୍ରହ୍ମଣ୍ୟମ୍ ଜଣେ ଖ୍ୟାତନାମା ଗାୟକ ଏବଂ ବିଭିନ୍ନ ଭାଷାରେ ୪୦ ହଜାରରୁ ଅଧିକ ଗୀତ ରେକର୍ଡ କରିଛନ୍ତି। ସର୍ବାଧିକ ଗୀତ ରେକର୍ଡ କରିଥିବା କାରଣରୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ସଂଗୀତ ଦୁନିଆ ପ୍ରତି ତାଙ୍କର ଅବଦାନ ହେତୁ ତାଙ୍କୁ ସମ୍ମାନଜନକ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ଓ ‘ପଦ୍ମ ଭୂଷଣ’ ଉପାଧି ଦିଆଯାଇଛି।  ତାଙ୍କୁ ମନେପକାଇ ସିନେମା, ସଂଗୀତ, ଖେଳ ଆଦି ବିଭିନ୍ନ କ୍ଷେତ୍ରରୁ ଜଣାଶୁଣା ବ୍ୟକ୍ତି ତାଙ୍କ ଉଦ୍ଦେଶ୍ୟରେ ଶୋକପୂର୍ଣ୍ଣ ଟ୍ବିଟ୍‌‌ କରିଛନ୍ତି।

ସମ୍ବନ୍ଧିତ ଖବର