ନୂଆଦିଲ୍ଲୀ: ସମୁଦ୍ରକୂଳରେ ଜମା ହୋଇଥାନ୍ତି ଲୋକେ। ଲୋକେ ଏପଟ ସେପଟ ହୋଇ ଚଲାବୁଲା କରୁଥାନ୍ତି। ମଜାମସ୍ତି କରୁଥିବା ଭିତରେ ଅଚାନକ ସମୁଦ୍ର ଭିତରୁ ଏକ ବିଶାଳକାୟ ଜୀବ ବାହାରି ଆସିଲା। ଏହି ବିଶାଳକାୟ ଜୀବକୁ ଦେଖି ଲୋକେ ଭୟରେ ଚିତ୍କାର କରି ଦୌଡ଼ିବାକୁ ଲାଗିଲେ। କିଛି ଲୋକ ଏହି ସମୟର ଭିଡିଓ ବନାଇ ତାହାକୁ ଇଣ୍ଟର୍‌ନେଟ୍‌ରେ ସେୟାର କରି ଦେଇଛନ୍ତି, ଯାହାକି ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ‌ହେବାରେ ଲାଗିଛି। ମାତ୍ର ପରେ ସତ ଜଣାପଡ଼ିବା ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି। ଘଟଣାଟି ହେଉଛି ବ୍ରାଜିଲ୍‌ର।

Advertisment

ଗଣମାଧ୍ୟମ ‘ଡେଲି ଷ୍ଟାର୍‌’ ମୁତାବକ, ପ୍ରଇନ୍‌ହା ସମୁଦ୍ରକୂଳରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ବୁଲାବୁଲି କରୁଥାନ୍ତି। ଏହି ସମୟରେ ଏକ ବିଶାଳକାୟ ଜୀବକୁ ଦେଖି କିଛି ଲୋକ ଭୟଭୀତ ହୋଇ ଦୌଡ଼ିଥିବା ବେଳେ କେହି କେହି ଏହାକୁ ସାର୍କ ବୋଲି ବି କହିବା ଆରମ୍ଭ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବଟିର ପାଖକୁ ଯାଇ ଦେଖିବାରୁ ଜଣାପଡ଼ିଲା ‌ଯେ ଜୀବଟି ହେଉଛି ଡ୍ବ‌ାର୍ଫ ସ୍ପର୍ମ ହ୍ବେଲ୍। ବ୍ରାଜିଲିୟାନ୍‌ ମିଡିଆ ଏହାକୁ କୋଗିଆ ସୀମା ବି କହନ୍ତି। ଏହି ଜୀବଟି ସାର୍କ ପରି ବିପଦପୂର୍ଣ୍ଣ ନୁହେଁ।

ଘଟଣାଟି ହେଉଛି ଗତ ସପ୍ତାହର। ଏହି ସମୟର ଭିଡିଓ ଏବେ ବ୍ରାଜିଲ୍‌ ଗମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରଥମ ଥର ପାଇଁ ବ୍ରାଜିଲ୍‌ ସମୁଦ୍ରକୂଳରେ ଏପରି ଏକ ନିଆରା ଜୀବକୁ ଦେଖିବାକୁ ମିଳିଛି। ତେବେ ଏହି ଜୀବ କ୍ଷତିକାରକ ନୁହେଁ, ବୋଲି ଗବେଷକମାନେ କହିବା ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି।