ଡାକ୍ତର ସୁଧା କଙ୍କରିଆ ଜଣେ ବହୁମୁଖୀ ବ୍ୟକ୍ତିତ୍ବ। ମହାରାଷ୍ଟ୍ରରେ ସାମାଜିକ କର୍ମୀ ନାଗନାଥ ଫଟାଲେଙ୍କ ପରିବାରରେ ତାଙ୍କର ଜନ୍ମ। ତାଙ୍କ ‌ବିବାହ ମଧ୍ୟ ଏକ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରରେ ହୋଇଥିଲା। ତାଙ୍କ ଶାଶୂ ମଙ୍କୁୱାର୍‌ବାଇ କଙ୍କରିଆ ସ୍ବାଧୀନତା ସଂଗ୍ରାମରେ ପ୍ରାଣ ଦେଇଥି‌ଲେ। ଜଣେ ଡାକ୍ତର ଭାବେ ସୁନାମ ଅର୍ଜନ କରିଥିବା ସୁଧା କଙ୍କରିଆ ‘ସେଭ୍ ଗାର୍ଲ ଚାଇଲ୍ଡ୍’ ମିସନ୍‌ ପ୍ରତିଷ୍ଠା କରି କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଦିଗରେ ବିପ୍ଳବ ଆଣିବାରେ ସଫଳ ହୋଇଛନ୍ତି। ଏହି ବେସରକାରୀ ସଂଗଠନ ଝିଅ ଓ ମହିଳାଙ୍କ ସୁରକ୍ଷା ଏବଂ ସଶକ୍ତୀକରଣ ଦିଗରେ କାମ କରିଥାଏ। ଲିଙ୍ଗଗତ ସମାନତାକୁ ପ୍ରାଧାନ୍ୟ ଦେଇ ଲିଙ୍ଗଗତ ଭେଦଭାବ ଏବଂ ହିଂସା ବିରୁଦ୍ଧରେ ଲଢ଼ିବା ଉ‌େଦ୍ଦେଶ୍ୟରେ ସେ ‘ସେଭ୍ ଗାର୍ଲ ଚାଇଲ୍ଡ୍’ ମିସନ୍‌ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ମହିଳାମାନଙ୍କର ମହତ୍ତ୍ବ ସମ୍ପର୍କରେ ସମାଜରେ ସଚେତନତା ବଢ଼ାଇବା ପୂର୍ବକ ଝିଅ ଏବଂ ମହିଳାଙ୍କୁ ଶିକ୍ଷା ଓ ସହାୟତା ପ୍ରଦାନ କରିଥାଏ।

Advertisment

publive-image savegirlchilddrsudha.com

ଡା. କଙ୍କରିଆ ପେସାରେ ଚକ୍ଷୁ ଚିକିତ୍ସକ ଭାବେ ୩୦ ବର୍ଷରୁ ଅଧିକ ସମୟ ସେବା କରିଛନ୍ତି। ଦୀର୍ଘ ବର୍ଷର ଅଭିଜ୍ଞତା ରଖିଥିବା ସୁଧା ଭାରତର ବିଭିନ୍ନ ହସ୍‌ପିଟାଲ୍ ଏବଂ ସ୍ବାସ୍ଥ୍ୟସେବା ଯୋଗାଉଥିବା ସଂଗଠନ ସହିତ କାମ କରିଛନ୍ତି। ବିଭିନ୍ନ ସ‌ାମାଜିକ କାର୍ଯ୍ୟରେ ମଧ୍ୟ ସେ ସକ୍ରିୟ ରହିଥାନ୍ତି। ୨୦୦୫ରେ ସେ ଏକ ଗୁରୁତ୍ବପୂର୍ଣ୍ଣ ପଦ‌େକ୍ଷପ ନେଲେ ଯେ ଗର୍ଭବତୀ ମହିଳାମାନଙ୍କୁ ପଞ୍ଜୀକରଣ କରି କନ୍ୟା ସନ୍ତାନ ସମ୍ବନ୍ଧରେ କାଉନ୍‌ସେଲିଂ କରାଯିବ। ଏଥିପାଇଁ ସେ ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀଙ୍କୁ ତାଲିମ ଦେଲେ। ଏହି ସମୟରେ ଡାକ୍ତର, ଏନ୍.ଏସ୍.ଏସ୍, ଏନ୍.ସି.ସି ଛାତ୍ରଛାତ୍ରୀ, ସାମ୍ବାଦିକ, ଶିଳ୍ପପତି, ବିଭିନ୍ନ ବେସରକାରୀ ସଂଗଠନ, ନେହରୁ ଯୁବକେନ୍ଦ୍ର ପ୍ରମୁଖଙ୍କ ସହାୟତାରେ ଜାତୀୟ ସ୍ତର‌ରେ ଏହାର ପ୍ରଚାର ପ୍ରସାର କରାଯାଇଥିଲା।

ପରବର୍ତ୍ତୀ ସମୟରେ ସେ ୟୁନିସେଫ୍ ଦ୍ବାରା ଲିଙ୍ଗଗତ ସମାନତାକୁ ନେଇ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ କର୍ମଶାଳାର ମାର୍ଗଦର୍ଶନ କଲେ। ଗ୍ରିସ୍‌ରେ ଆୟୋଜିତ ପେନେଲୋପ୍ ଗାନ୍ଧୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସେ ଯୋଗ ଦେଇଥିଲେ ଏବଂ ୟୁନେ‌େସ୍କା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସମ୍ମାନିତ ହୋଇଥିଲେ।‌ ପୁନେ ବିଶ୍ବବିଦ୍ୟାଳୟରୁ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲଙ୍କ ହାତରୁ ସେ ‘ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ସମ୍ମାନ’ ଲାଭ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ୍ ଆମ୍ବାସଡର୍ ହେବାପରେ ସେ ପିମ୍ପଲଗାଁ ଲଙ୍ଗଦା ନାମକ ଗାଁକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ ଏବଂ ସେହି ଗାଁ ନିର୍ମଳ ଗ୍ରାମ ସମ୍ମାନ ଲାଭ କରିଥିଲା।

publive-image YouTube

ତାଙ୍କ ଉଦ୍ୟମରେ ୨୦୦୮ ଅଗଷ୍ଟ ୧୫ରେ ବହୁ ସଂଖ୍ୟକ ଲୋକ କନ୍ୟା ସନ୍ତାନର ସ୍ବାଗତ ପାଇଁ ଶପଥ ନେଇଥିଲେ। ଅହମ୍ମଦନଗରରେ ୨୫ ହଜାର ଏବଂ ଯବତମାଲରେ ୨୦ ହଜାର ଲୋକ ଏଭଳି ଶପଥ ନେଇଥିଲେ। କରୋନା କାଳରେ ବହୁ ରୋଗୀଙ୍କୁ ସେ ସାହାଯ୍ୟ ସହଯୋଗ କରିଥିଲେ। ଆତ୍ମହତ୍ୟା ଭଳି ସମସ୍ୟା ଏବଂ ବିଶ୍ବଶାନ୍ତି ପାଇଁ ମଧ୍ୟ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। କନ୍ୟା ସନ୍ତାନର ସୁରକ୍ଷା ସମ୍ପର୍କିତ ସଚେତନତା ନିମ‌େନ୍ତ ସେ ଏକ ପୁସ୍ତକ ଲେଖିଛନ୍ତି ଯାହାର ଶୀର୍ଷକ ହେଉଛି ‘ସ୍ତ୍ରୀ ଜନ୍ମାଚେ ସ୍ବାଗତ କରା, ପ୍ରିୟା ଗୁଡ୍‌ଲି’।