ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଆଇଟି କମ୍ପାନି ଇନ୍ଫୋସିସ୍ର ସହ ନିର୍ମାତା ଏନ୍-ଆର୍-ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ସମସ୍ତେ ଜାଣନ୍ତି। ଇନ୍ଫୋସିସ୍ର ସହ ନିର୍ମାତାର ପରିଚୟ ବ୍ୟତୀତ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୂ ମଧ୍ୟ। ତେବେ ଏବେ ନାମକରା ଲୋକ ହୋଇ ମଧ୍ୟ ତାଙ୍କୁ କେତେ ଥର ଲୋକଙ୍କ ପରିହାସର ସାମ୍ନା କରିବାକୁ ପଡ଼ିଛି। ଯାହାର ଖୁଲାସା ନିଜେ ସୁଧା ମୂର୍ତ୍ତି କରିଛନ୍ତି।
ପଦ୍ମଭୂଷଣରେ ସମ୍ମାନିତ ସୁଧା ମୂର୍ତ୍ତି ନିକଟରେ କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ। ସୋ’ରେ ସେ ଅନେକ କଥାର ଖୁଲାସା କରିଥିବା ବେଳେ ଇନ୍ଫୋସିସ୍ର ଆରମ୍ଭ ବିଷୟରେ ବି କହିଥିଲେ। କିପରି ଏକ ଟିଣ ଡବାରରେ ଜମା କରାଯାଇଥିବା ଟଙ୍କାରୁ ଆଇଟି କମ୍ପାନି ଇନ୍ଫୋସିସ୍ ଛିଡ଼ା ହୋଇଛି ସେ ବିଷୟରେ ବି କହିଛନ୍ତି। ସେ କହିଛନ୍ତି ଯେ ଟିଣା ଡବାରେ ସଞ୍ଚୟ କରି ରଖିଥିବା ୧୦ ହଜାର ଟଙ୍କାରୁ ସେ ପ୍ରଥମେ କମ୍ପାନି ଆରମ୍ଭ କରିଥିଲେ ବୋଲି କପିଲ୍ଙ୍କ ସୋ’ରେ କହିଛନ୍ତି।
ସୁଧା ମୂର୍ତ୍ତିଙ୍କ ସହ କପିଲ୍ଙ୍କ ସୋ’ରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡର୍ଣ୍ଣ ବି ଉପସ୍ଥିତ ଥିଲେ। ଏହି ସୋ’ରେ କଥାବାର୍ତ୍ତା ମଧ୍ୟରେ ସୁଧା ମୂର୍ତ୍ତି ଆହୁରି ବି କହିଥିଲେ ଯେ ଜୀବନରେ ଦାୟିତ୍ବ ଓ କର୍ତ୍ତବ୍ୟ ବ୍ୟତୀତ ହସ ମଜା ବି ଜରୁରୀ। ୧୯୮୧ ମସିହାରେ ସେ ତାଙ୍କ ସଞ୍ଚିତ ୧୦ ହଜାର ଟଙ୍କାକୁ ସ୍ବାମୀ ନାରାୟଣ ମୂର୍ତ୍ତି ଉଧାର ଦେଇଥିବା କଥା କେବେ ବି ଭୁଲନ୍ତି ନାହିଁ। ସେ କହିଛନ୍ତି କି ସେ ଅନେକ ଥର ତାଙ୍କ ସ୍ବାମୀଙ୍କୁ ସେହି ଉଧାର ଟଙ୍କା ମାଗନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/71638c04-1b20-45bb-96a4-d09d0b26777a.jpg)