ମୂର୍ତ୍ତିକାରମାନେ ସାଧାରଣତଃ ମାଟି, ଧାତୁ ଓ ମାର୍ବଲ୍ ପରି ସାମଗ୍ରୀ ବ୍ୟବହାର କରି ପ୍ରତିମା ଗଢ଼ିଥାନ୍ତି। ହେଲେ ବର୍ଲିନ୍ର କଳାକାର ଜୋସେଫ୍ ମାର୍ ଚିନିକୁ ସାମଗ୍ରୀ ଭାବେ ବ୍ୟବହାର କରି ପ୍ରତିମୂର୍ତ୍ତି ତିଆରି କରନ୍ତି। ଚିନିର ଅଭିନବ ସ୍ବରୂପ ତାଙ୍କୁ ଏହାକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ପ୍ରୋତ୍ସାହିତ କରିଥିଲା। ସେ ଲକ୍ଷ୍ୟ କଲେ ଯେ ଚିନିରେ ତିଆରି ପ୍ରତିମୂର୍ତ୍ତି କାଚ ପରି ଆକର୍ଷଣୀୟ ଦିଶୁଛି।
ପୁଣି ଏହା ଏଭଳି ପ୍ରତିମୂର୍ତ୍ତି ଯାହାକୁ ଦେଖିବା ଓ ଛୁଇଁବା ସଙ୍ଗେ ସଙ୍ଗେ ଚାଖିବାର ସୁଯୋଗ ମିଳିଥାଏ, ଯାହା ଅନ୍ୟ କୌଣସି ସାମଗ୍ରୀ କ୍ଷେତ୍ରରେ ସମ୍ଭବ ନୁହେଁ। ଚିନି ସହିତ ମଣିଷର ଲୋଭ ଓ ଆକର୍ଷଣକୁ ଯୋଡ଼ି ସେ ନିଜର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରନ୍ତି। ତାଙ୍କର ପ୍ରଦର୍ଶନୀରେ ଦର୍ଶକମାନେ ଯେତେବେଳେ ଜାଣନ୍ତି ଯେ ପ୍ରତିମୂର୍ତ୍ତିଗୁଡ଼ିକ ଚିନିରୁ ତିଆରି, ସେତେବେଳେ ସେମାନଙ୍କ ଭିତରୁ ଅନେକ ପ୍ରତିମୂର୍ତ୍ତିରେ ଜିଭ ଲଗାଇ ଚାଖିବାକୁ ଉଦ୍ୟମ କରୁଥିବାର ଦେଖାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/fshfhhffh-2026-03-07-03-20-51.jpg)