ଇତି ଊଣେଇଶ (ଅପରାଧ) : ରହସ୍ୟମୟ ଆତ୍ମହତ୍ୟା

କିଛି ଏଭଳି ମୃତ୍ୟୁ ଘଟଣା ରହିଛି ଯାହା ହତ୍ୟାକାଣ୍ଡ ଭଳି ଅନୁମେୟ ହେଉଥିଲେ ମଧ୍ୟ ପୁଲିସ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ପାହାଳ ଫାଣ୍ଡି ଅଞ୍ଚଳରେ ଥିବା ଏକ ମାର୍ବଲ ସୋ ରୁମ୍‌ରେ ଗଦାଧର ସ୍ବାଇଁ ନାମକ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଶ୍ରୀୟା ଛକ ଗୁରୁଦ୍ବାର ପରିସରରୁ ସୁଇପର ଦୁଃଶାସନ ନାୟକଙ୍କ ପୁଅ ସୁବାସର ମୃତ୍ୟୁ, ରଣପୁରର ଯୁବ ନେତା ଅବକାଶ ପାଇକରାୟଙ୍କର ସନ୍ଦେହ ଜନକ ମୃତ୍ୟୁ ସହ ମହିଳା ଓକିଲ ଦୀପାଳି ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲା ବେଶ୍‌ ଚର୍ଚ୍ଚିତ ହୋଇଥିଲା। ବର୍ଷର ଶେଷ ଆଡକୁ ଇକୋ ବ୍ୟାଙ୍କ୍‌ର ମହିଳା ଅଧିକାରୀ ରଞ୍ଜିତାଙ୍କର ମଧ୍ୟ ଏଭଳି ରହସ୍ୟମୟ ମୃତ୍ୟୁ ଘଟିଥିଲା।

patrika.com

ମାଡ଼ ମାରି ସର୍ବସ୍ୱ ନେଇଗଲେ
ଚଳିତ ବର୍ଷ ରାଜଧାନୀରେ ୩୬ଟି ସଶସ୍ତ୍ର ଡକାୟତି ଘଟିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକର ଦାସଙ୍କ ପରିବାରବର୍ଗଙ୍କୁ ବାନ୍ଧି ମାଡ଼ ମାରି ଡକାୟତି ଘଟଣା‌ ସହ ନିଆଳି ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଜମା ହେବାକୁ ଭୁବନେଶ୍ବର ଆସୁଥିବା ୩୫ ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟ୍‌ ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା।

ନିଶା ବେପାରୀ ତଡ଼ିପାର
ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ ସହରାଞ୍ଚଳ ପୁଲିସ ଆଇନର ଦଫା ୪୬ ଲାଗୁ କରିଥିଲା। ଜଣେ ନିଶା ବେପାରୀଙ୍କୁ ତଡ଼ିପାର କରାଯିବା ସହ ଜବର ଦଖଲରେ ଥିବା ଘରକୁ ଭଙ୍ଗା ଯାଇଥିଲା। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଅଗ୍ନି ନାମକ ଜଣେ ଅଭ୍ୟାସଗତ ନିଶା ବେପାରୀକୁ ୨ ବର୍ଷ ପାଇଁ ତଡ଼ିପାର କରାଯାଇଥିଲା। କିନ୍ତୁ ଏହା ପରେ ପୁଲିସ ଆଉ ତନାଘନା କରି ନ ଥିଲା। ତେବେ ଦୁଇ ଦିନରେ କମିସନରେଟ୍‌ ପୁଲିସ ବିଭିନ୍ନ ଥାନାରେ ୧୮ଟି ମାମଲା ରୁଜୁ କରିବା ସହ ୨୯ଜଣ ନିଶା ବେପାରୀଙ୍କୁ ଗିରଫ କରି ରେକର୍ଡ କରିଥିଲା।

 

ବିଲେଇ, କୁକୁର ହତ୍ୟା
୨୦୧୯ରେ ଭୁବନେଶ୍ବରରେ ଦୁଇଟି ଅଭାବନୀୟ ଘଟଣା ଘଟିଥିଲା। ଘରେ ପଶି ହଇରାଣ କରିବାରୁ ପଡ଼ୋଶୀ ପୋଷା ବିଲେଇକୁ ଗୁଳି କରି ହତ୍ୟା କରାଯାଇଥିଲା। ଏନେଇ ଜଣେ ଛାତ୍ରକୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଥିଲା। ସେହିଭଳି ଅନ୍ୟ ଏକ ଘଟଣାରେ ଜଣେ ଯୁବକ କାର ଚଢ଼ାଇ କୁକୁର ସହ ଛୁଆଙ୍କୁ ହତ୍ୟା କରିଥିଲା। ଏହି ଘଟଣାରେ ମଧ୍ୟ ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା। ଏହି ଦୁଇଟି ଘଟଣା କମିସନରେଟ୍‌ ପୁଲିସ ଇତିହାସରେ ନୂଆ ଘଟଣା ଥିଲା

ସମ୍ବନ୍ଧିତ ଖବର