ମୁକ୍ତି ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ହିଟଲର୍’ରେ ଶୀର୍ଷକ ଭୂମିକାରେ ନଜର ଆସିବେ ଜଣେ ଅଳ୍ପ ପରିଚିତ ଅଭିନେତା ସୁକାନ୍ତ ପାତ୍ର। ତେବେ ଏହା ତାଙ୍କର ପ୍ରଥମ ସିନେମା ନୁହେଁ। ଚଳଚ୍ଚିତ୍ର ‘ମାୟା’ରେ ତାଙ୍କୁ ପ୍ରଥମେ ରାଜା ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ‘କଥା ଦେଲି ମଥା ଛୁଇଁ’ରେ ନାୟିକା ରୀୟାଙ୍କ ଭାଇ ଭୂମିକାରେ ଅଭିନୟ କରିଥିଲେ। ଏହାବାଦ୍ ତାଙ୍କୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ବି ଗ୍ୟାଙ୍ଗ’ରେ ବି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ତେବେ ‘ହିଟଲର୍’ରେ ତାଙ୍କୁ ଯେଉଁଭଳି ଭୂମିକା ମିଳିଛି, ସେଭଳି ଚରିତ୍ର ଆଗରୁ ମିଳି ନଥିବା କହିଛନ୍ତି ସୁକାନ୍ତ। ଏଥିରେ ଜଣେ ଅର୍ଥଲୋଭୀ ଜମିଦାର ବାପାର ଭୂମିକା ନିଭାଇଛନ୍ତି ସେ। ପରେ ଅବଶ୍ୟ ପୁଅ ତାଙ୍କ ମନୋଭାବକୁ ବଦଳାଇଦେଇଛି। ଏଥିରେ ତାଙ୍କ ପୁଅ ଭୂମିକାରେ ଅଛନ୍ତି ଦୀପକ। ସୁଧାକର ବସନ୍ତ ‘ହିଟଲର୍’ର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିବା ବେଳେ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ପ୍ରଯୋଜନା କରିଛନ୍ତି। ସୁକାନ୍ତ ଏହି ଫିଲ୍ମରେ ନିଜର ଭୂମିକାକୁ ନେଇ ଯେତିକି ଉତ୍ସାହିତ, ଏହାର ସଫଳତାକୁ ନେଇ ସେତିକି ଆଶାବାଦୀ ଅଛନ୍ତି।
ସୁକାନ୍ତଙ୍କୁ ମିଳିଛି ମନଲାଖି ଭୂମିକା
/sambad/media/post_attachments/wp-content/uploads/2024/05/sfhhshsshfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)