ମହାତ୍ମା ଶୁକ ଦେବ ବେଦବ୍ୟାସଙ୍କ ସୁପୁତ୍ର ଥିଲେ। ତାଙ୍କର ଉତ୍ପତ୍ତି ସଂପର୍କରେ ନାନା କଥା ଶୁଣିବାକୁ ମିଳେ। ତାଙ୍କୁ ବ୍ୟାସଙ୍କ ପତ୍ନୀଙ୍କ ତପସ୍ୟାର ପରିମାଣ ବୋଲି କୁହାଯାଏ ତ ପୁଣି ଆଉ କେହି କେହି ତାଙ୍କୁ ଭଗବାନ ଶିବଙ୍କର ଅଦ୍ଭୁତ ବରଦାନ ବୋଲି କହିଥା’ନ୍ତି।
ଆଉ ଗୋଟିଏ କଥା ମଧ୍ୟ ଶୁଣିବାକୁ ମିଳେ ଯେ,ଯେବେ ଶ୍ରୀରାଧା ଓ ଭଗବାନ ଶ୍ରୀକୃଷ୍ଣ ଧରା ପୃଷ୍ଠରେ ଅବତରଣ କରିଥିଲେ,ସେତିକି ବେଳେ ଶୁକ ମଧ୍ୟ ଧରାଧାମକୁ ଆସିଥିଲେ। ସେହି ସମୟରେ ଭଗବାନ ଶିବ ପାର୍ବତୀଙ୍କୁ ଅମର କଥା ଶୁଣାଉଥିଲେ। ମାତା ପାର୍ବତୀ ଏହିକଥା ଶୁଣୁ ଶୁଣୁ ନିଦ୍ରା ଚାଲି ଯାଇଥିଲେ। ତାଙ୍କ ସ୍ଥାନରେ ଶୁକଦେବ ସେହି କଥା ଶୁଣିଥିଲେ। ଭଗବାନ ଶିବଙ୍କୁ ଯେତେବେଳେ ଏକଥା ଜଣାପଡ଼ିଲା, ସେତେବେଳେ ସେ ଶୁକଙ୍କୁ ମାରିବାକୁ ତାଙ୍କର ପିଛା କଲେ। ଶୁକ ଦୌଡ଼ି ଦୌଡ଼ି ବ୍ୟାସଙ୍କ ପତ୍ନୀଙ୍କ ମୁଖରେ ପଶିଗଲେ।ଏହାପରେ ଭଗବାନ ଶିବ ବିଫଳ ମନୋରଥ ହୋଇ ଫେରି ଯାଇଥିଲେ।

Advertisment

publive-image photo-- bhaktiaratinet

ଏହାପରେ ଶୁକଦେବ ବ୍ୟାସଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ। ଗର୍ଭରେ ଥିବାବେଳେ ହିଁ ସେ ବେଦ,ଉପନିଷଦ,ଦର୍ଶନ ଓ ପୁରାଣ ଆଦିର ସଂପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରି ସାରିଥିଲେ। ଏଭଳି ମଧ୍ୟ କୁହାଯାଏ ଯେ ଶୁକଦେବ ମାତାଙ୍କ ଗର୍ଭରୁ ବାର ବର୍ଷ ପର୍ଯ୍ୟନ୍ତ ବାହାରକୁ ବାହାରି ନ ଥିଲେ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆଶ୍ୱାସନା ଦେଲେ ଯେ ବାହାରକୁ ଆସିଲେ,ତାଙ୍କ ଉପରେ ମାୟାର ପ୍ରଭାବ ପଡ଼ିବ ନାହିଁ, ସେତେବେଳ ସେ ଗର୍ଭରୁ ବାହାରିଲେ।