ଅମାବାସ୍ୟାର ତୃତୀୟା ପରେ ଦଶ ଦିନ ଯାଏଁ ଅଧିକ ଲାଭ ମିଳିଥାଏ , ଜାଣନ୍ତୁ କାରଣ

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ଭଗବାନ ସୂର୍ଯ୍ୟଙ୍କଠାରୁ ପୃଥିବୀବାସୀ ବିପୁଳ ପରିମାଣର ଜୀବନ ଶକ୍ତି ପ୍ରାପ୍ତ କରିଥାଆନ୍ତି। ଯଦି ସେଥିରେ ନ୍ୟୁନତମ ତ୍ରୁଟି ଦେଖାଯାଏ,ତେବେ ମନୁଷ୍ୟର ଆରୋଗ୍ୟ ଉପରେ ବଡ଼ ଅନିଷ୍ଟକାରକ ପରିମାଣ ମିଳିଥାଏ।

ଦ୍ୱାଦଶୀ ତିଥି ଠାରୁ ଆରମ୍ଭ କରି ଅମାବାସ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କ୍ଷେତ୍ରରେ ଚନ୍ଦ୍ରମାଙ୍କ ପ୍ରଭାବ ଅଧିକ ହେବା ଯୋଗୁଁ ସୂର୍ଯ୍ୟଙ୍କ ଜୀବନୀ ଶକ୍ତି ଅନେକ ମାତ୍ରାରେ ହ୍ରାସ ପାଇଥାଏ। ଏଥିଲାଗି ଏହି ସ୍ଥିତି ଅଶକ୍ତି ମାନଙ୍କ ପାଇଁ ଘାତକ ସିଦ୍ଧ ହୋଇଥାଏ। ଅମାବାସ୍ୟା ପରେ ପରେ ସୂର୍ଯ୍ୟଙ୍କ କ୍ଷେତ୍ରରେ ଚନ୍ଦ୍ରମାଙ୍କର ପ୍ରଭାବ କମ୍‌ ହୋଇଯାଏ। ସୂର୍ଯ୍ୟଙ୍କଠାରୁ ଜୀବନୀଶକ୍ତି ଅଧିକପ୍ରାପ୍ତ ହେବା କାରଣରୁ ଅମାବାସ୍ୟାର ତୃତୀୟା ପରେ ଦଶ-ପନ୍ଦର ଦିନ ଯାଏଁ ଲାଭ ମିଳିଥାଏ।

photo-time&date

ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ଓ ଚନ୍ଦ୍ର ହେଉଛନ୍ତି ଧନ ଶକ୍ତି ଓ ଋଣ ଶକ୍ତିର କେନ୍ଦ୍ର। ଉପନିଷଦ ଓ ବେଦରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସଂପର୍କରେ ଅନେକ ପ୍ରକାରର ବର୍ଣ୍ଣନା ରହିଛି। ଆଧୁନିକ ପଦାର୍ଥ ବିଜ୍ଞାନ ମଧ୍ୟ ଏହାକୁ ସ୍ୱୀକାର କରିଛି ଯେ,ସୂର୍ଯ୍ୟ ହେଉଛନ୍ତି ଜୀବନଶକ୍ତିର ପୁଞ୍ଜ। ଏଥିପାଇଁ ଏହା ଧନ ଶକ୍ତିର କେନ୍ଦ୍ର ଅଟେ। ଚନ୍ଦ୍ରର ସ୍ଥିତି ଏହାର ବିପରୀତ। ସୂର୍ଯ୍ୟାଲୋକ ଉପରେ ମୁଖ୍ୟତଃ ନିର୍ଭରଶୀଳ ହେଉଥିବା କାରଣରୁ ଚନ୍ଦ୍ର ହେଉଛି ସୂର୍ଯ୍ୟଙ୍କ ଋଣୀ। ଏହି ପରି ଭାବେ ସୂର୍ଯ୍ୟ ଧନୀ ଓ ଚନ୍ଦ୍ରମା ଋଣୀ।
ଅମାବାସ୍ୟା ଦିନ ଋଣ ଶକ୍ତି ସଂପନ୍ନ ଚନ୍ଦ୍ର,ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସିଥାଏ।ଏଥିପାଇଁ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟଙ୍କ ଜୀବନୀଶକ୍ତି ଖୁବ୍‌ କମ୍‌ ହୋଇଥାଏ। ଋଗ୍‌ ବେଦରେ କୁହାଯାଇଛି ‘ସୂର୍ଯ୍ୟ ଆତ୍ମା ଜଗତସ୍ତସ୍ଥୁତାଶ୍ଚ।

ସମ୍ବନ୍ଧିତ ଖବର