ତ୍ରୈତୟା ଯୁଗରେ ସୁବ୍ରତ ନାମକ ଜଣେ ବ୍ରାହ୍ମଣ ସବୁଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି,କିନ୍ତୁ ସୂର୍ଯ୍ୟ ଉପାସନା କରନ୍ତି ନାହିଁ। ଥରେ ସୂର୍ଯ୍ୟଙ୍କର କୋପଦୃୃଷ୍ଟି ତାଙ୍କ ଉପରେ ପଡ଼ିଲା।ସୁବ୍ରତ ହଠାତ୍ ଦରିଦ୍ର ହୋଇଗଲେ ତାଙ୍କର ଅପୁତ୍ରିକ ଅବସ୍ଥା ସୃଷ୍ଟି ହେଲା। ସେ ଯେତେ ଯାହା ଉପାୟ କରିଲେ ମଧ୍ୟ ତାଙ୍କର ଆର୍ଥିକ ସ୍ଥିତିରେ କିଛି ବି ଉନ୍ନତି ଘଟିଲା ନାହିଁ।ଏପରିକି ତାଙ୍କ ପତ୍ନୀ ସୁତପୀ ମଧ୍ୟ ଦୁଇଟି କନ୍ୟା ସନ୍ତାନର ଜନନୀ ହେଲେ।ସେମାନେ ଖୁବ୍ କଷ୍ଟ ଭୋଗ କଲେ।
ଅବସ୍ଥା ଏପରି ହେଲା ଯେ,ଖାଇବାକୁ ନ ପାଇ ସୁବ୍ରତଙ୍କର ଦୁଇ ଝିଅ ଘର ଛାଡ଼ି ବଣକୁ ଚାଲିଗଲେ। ସେ ଦିନ ଥିଲା ରବିବାର ଶୁକ୍ଳପକ୍ଷ ଏକାଦଶୀ।ସେ ଦୁହେଁ ଦେଖିଲେ ସ୍ୱର୍ଗର ନରନାରୀମାନେ ତୋରଣ କରି ଚାନ୍ଦୁଆ ଟାଣି କଦଳୀ ଗଛ ପୋତି ଦୋଳିରେ ଭଗବାନ ବିରଞ୍ଚନାରଣଙ୍କୁ ପୂଜାର୍ଚ୍ଚନା କରୁଥା’ନ୍ତି ପୂଜାର୍ଚ୍ଚନା ନରନାରୀ ଏ ଦୁଇ ଭଉଣୀଙ୍କ କାନ୍ଦଣାର ଶୁଣିବାକୁ ପାଇଲେ।ସେମାନେ ସେହି ଦୁଇ ଭଉଣୀଙ୍କୁ ପୂଜାସ୍ଥାନରେ ଆଣି ସବୁକଥା ଶୁଣିଲେ।
ନରନାରୀଗଣ ସେ ଦୁହିଁଙ୍କ ଘରର ଦୁଃଖ କଥା ଶୁଣି ଭଗବାନ ସୂର୍ଯ୍ୟଦେବଙ୍କୁ ଆକୁଳ ବିନତି ପୂର୍ବକ ପ୍ରାର୍ଥନା କରିଲେ।ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ସୂର୍ଯ୍ୟ ନାରାୟଣ ସେଠାରେ ଆବିର୍ଭାବ ହେଲେ,କିନ୍ତୁ ସେହି କନ୍ୟା ଦୁହିଁଙ୍କର ସହାୟତା କରିବାକୁ ମନା କରିଦେଲେ।