ପୁଣି ଚର୍ଚ୍ଚାରେ ରାମ ରହିମ, ଅଟୋରେ ଭର୍ତ୍ତି ହୋଇ ଆସୁଛି ଜନ୍ମଦିନ କାର୍ଡ

ରୋହତକ: ନିକଟରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ବିବାଦୀୟ ଧର୍ମଗୁରୁ ଗୁରମିତ୍‌ ରାମ ରହିମ। ତେବେ ଏଥର କୌଣସି ଦୁଷ୍କର୍ମ କିମ୍ବା ତାଙ୍କ ପାଳିତ କନ୍ୟା ହନୀପ୍ରିତଙ୍କୁ ନେଇ ନୁହେଁ, ବରଂ ଏଥର ଜନ୍ମ ଦିନ କାର୍ଡକୁ ନେଇ ଚର୍ଚ୍ଚାରେ ରହିଛନ୍ତି ରାମ ରହିମ। ହରିୟାନାର ରୋହତକ ଜେଲରେ ନାବାଳିକା ଦୁଷ୍କର୍ମ ମାମଲରେ ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ରାମ୍‌ରହିମଙ୍କୁ ଦେଖା କରିବାକୁ ଆସୁଥିବା ତାଙ୍କ ସମର୍ଥକମାନଙ୍କ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଆପଣେଇବାକୁ ବାଧ୍ୟ ହେଉଥିବା ବେଳେ ତାଙ୍କ ଜନ୍ମ ଦିନରେ ଯେତିକି ଛୁଭେଚ୍ଛା ପତ୍ର ବା ଜନ୍ମଦିନ ଗ୍ରିଟିଙ୍ଗ୍ସ କାର୍ଡ ଆସିଛି ତାକୁ ତାଙ୍କ ପାଖରେ ପହଞ୍ଚାିବା ପାଇଁ ଡାକ କର୍ମଚାରୀଙ୍କୁ ନାକେଦମ ହୋକୁ ପଡ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ହେଉଛି ବିବାଦୀୟ ଧର୍ମଗୁରୁ ଗୁରମିତ ରାମ ରହିମଙ୍କ ଜନ୍ମ ଦିନ। ତେବେ ଗତ ବର୍ଷ


ଅଗଷ୍ଟ ମାସରେ ଦୁଷ୍କର୍ମକାରୀ ଗୁରମିତ ରାମ ରହିମଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ସେ ଏବେ ରୋହତକ ଜେଲରେ ସଶ୍ରମ କାରାଦଣ୍ଡ ଭୋଗୁଛନ୍ତି। ତେବେ ଜନ୍ମ ଦିନ ୫ ଦିନ ବିତି ସାରିଥିଲେ ମଧ୍ୟ ରୋହତକ ଡାକ କର୍ମଚାରୀଙ୍କ କାମ ଗୁରୁମିତ ରାମ ରହିମଙ୍କ ପାଇଁ ବଢ଼ିଯାଇଛି। ସୁନରିଆ ଗାଁ ପୋଷ୍ଟମାଷ୍ଟର ଜଗଦୀଶ ବୁଧ୍ୱାର କହନ୍ତି ଯେ ରାମ ରହିମଙ୍କ ପାଇଁ ଆସୁଥିବା ଜନ୍ମ ଦିନର ଗ୍ରିଟିଙ୍ଗ୍‌ସ କାର୍ଡ଼ ପାଇଁ ସେମାନଙ୍କ କାମ ଗତ ଏକ ସପ୍ତାହ ହେବ ଦୁଇଗୁଣ ବଢ଼ି ଯାଇଛି। ଶହ ଶହ ସଂଖ୍ୟାରେ କାର୍ଡ ଗୁରମତ ରାମ ରହିମଙ୍କ ଜେଲ ଠିକଣାରେ ଆସୁଛି। ଗତ ୪୦ ବର୍ଷର ଚାକିରି କାଳ ମଧ୍ୟରେ ଜଣଙ୍କ ନାମରେ ଏତେ ସଂଖ୍ୟକ ଚିଠି, କାର୍ଡ ଆସିଥିବା ସେ କେବେ ଦେଖି ନଥିଲେ ବୋଳଇ ଶ୍ରୀ ବୁଧ୍ୱା କୁହନ୍ତି।। ଶ୍ରୀ ବୁଧ୍ୱା କୁହନ୍ତି, ସାଧାଣଣତଃ ସେମାନେ ସକାଳ ୯ଟାରୁ କାର୍ଯ୍ୟ କରି ଦିନ ୧ଟା ସୁଦ୍ଧା ସମସ୍ତ ଚିଠି ବାଣ୍ଟିଦେଇଥାନ୍ତି। କିନ୍ତୁ ଏହି ଗ୍ରିଟିଙ୍ଗସ କାର୍ଡ଼ ପାଇଁ ଡାକଘରର କର୍ମଚାରୀମାନଙ୍କୁ ସକାଳ ୮ଟାରୁ ସନ୍ଧା ୬ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି। ସବୁଠାରୁ ବେଶି କଷ୍ଟ ପଡ଼ୁଛି ରଜେଶ କୁମାର ନାମକ ଜଣେ ଡାକ କର୍ମଚାରୀଙ୍କୁ। ରାଜେଶ କୁମାର କୁହନ୍ତି, ସେ ତାଙ୍କ ମୋଟର ସରାଇକେଲରେ ଡାକନେଇ ବାଣ୍ଟୁଥିଲେ। କିନ୍ତୁ ଗତକିଛି ଦିନ ହେବ ରାମ ରହିମଙ୍କ ନାମରେ ଆସୁଥିବା ଗ୍ରିଟିଙ୍ଗସ କାର୍ଡ ପରିବହନ ପାଇଁ ତାଙ୍କୁ ଅଟୋ ଭଡ଼ା କରିବାକୁ ପଡ଼ୁଛି। ଅଖାରେ ପୁରାଇ ଓ ଅଟୋରେ ଲଦି ସେ ରାମ ରହିମଙ୍କ ଗ୍ରିଟିଙ୍ଗସ କାର୍ଡ ନେଇ ଜେଲରେ ଦେଉଛନ୍ତି।
ତେବେ ଏ ନେଇ ଜେଲ କର୍ତୃପକ୍ଷ କହିଛନ୍ତି ଯେ ହରିଆନା ଜେଲ ମାନୁଆଲ ଅନୁଯାୟୀ, ରାମରହିମଙ୍କୁ ତାଙ୍କ ସମସ୍ତ ଗ୍ରିଟିଙ୍ଗସ ହସ୍ତାନ୍ତର କରାଯାଇଛି। ସୁରକ୍ଷା କାରଣରୁ ଯାଞ୍ଚ ପରେ ଏହି କାର୍ଡ ଗୁଡ଼ିକ ତାଙ୍କୁ ଯୋଗାଇ ଦିଆଯାଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର