ଜାଣନ୍ତୁ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ କହିଥିବା ଏହି ୫ ଗୁରୁତ୍ୱପୂୂର୍ଣ୍ଣ କଥା

ପିଚାଇ ସୁନ୍ଦର ରାଜନଙ୍କୁ ପୂରା ବିଶ୍ୱ ସୁନ୍ଦର ପିଚାଇ ନାମରେ ଜଣେ। ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲ୍‌ର ସିଇଓ ଭାବେ ଭାରତର ଟେକ ରଖିଥିବା ସୁନ୍ଦର ନିଜj ସଫଳତା ସଂପର୍କରେ କିମ୍ବା ନିଜ ସଂଘର୍ଷ ସଂପର୍କରେ ତ ବିଶେଷ କିଛି କୁହନ୍ତି ନାହିଁ, ମାତ୍ର ସେ ଯେଉଁ କଥା ସବୁ କୁହନ୍ତି ତାହା କାହାକୁ ବି ସଫଳ କରାଇପାରେ। ତେବେ ଚାଲନ୍ତୁ ଜାଣିବା କ’ଣ କହନ୍ତି ଏହି ସଫଳ ଚରିତ୍ର।

: ଯେଉଁ ଲୋକ ତୁମକୁ ତୁମର ଦୁର୍ଗୁଣ କହି ଭୟଭୀତ କରାଇବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ପାଖରେ ରଖି, ସେମାନଙ୍କ ସହ କାର୍ଯ୍ୟ କରିବା ନିଜ ପାଇଁ ଭଲ ହୋଇଥାଏ।

: ବର୍ତ୍ତମାନ ପରିସ୍ଥିତରେ ଯଦି ନିଜର ସ୍ଥିତି ଅସୁରକ୍ଷିତ, ଅର୍ଥାତ ଆପଣ ଯଦି ନିଜକୁ ସୁରକ୍ଷିତ ମଣୁ ନାହାନ୍ତ ତେବେ ଆପଣଙ୍କ ଭବିଷ୍ୟତ ପାଇଁ ତାହା ଭଲ।

: ନିଜର ବିଫଳତାକୁ ସମ୍ମାନର ବ୍ୟାଚ୍‌ ଭାବେ ପିନ୍ଧିବା ଶିଖ। ବିଫଳତା ପାଇଁ ଲଜ୍ଜିତ ହୁଅ ନାହିଁ କିମ୍ବା ସଫଳତା ପାଇ ସନ୍ତୁଷ୍ଟ ବି ହୁଅ ନାହିଁ।

: କାହାବି କଥାରେ କେବେ ପ୍ରତିକ୍ରିୟାଶିଳତା ପ୍ରକାଶ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳରେ ଉତ୍ତର ରଖନ୍ତୁ।

: ଜଣେ ନେତାର କାମ କେବଳ ନିଜର ନୁହେଁ ଅନ୍ୟର ସଫଳତା ଉପରେ ବି ଦୃଷ୍ଟି ରଖିବାକୁ ହୋଇଥାଏ।

ସମ୍ବନ୍ଧିତ ଖବର