ଆମ ହିନ୍ଦୁ ଧର୍ମରେଅନେକ ମାନ୍ୟତା ରହିଛି। ଏଥିରେ ରହିଛି ୧୬ଟି ସଂସ୍କାର। ଆଉ ଏଥି ମଧ୍ୟରୁ ଗୋଟିଏ ହେଲା ଗର୍ଭଧାରଣ । ପ୍ରତ୍ୟେକ ସଂସ୍କାରର ଅଲଗା ଅଲଗା ମହତ୍ତ୍ୱ ରହିଛି। ଶାସ୍ତ୍ରରେ ଗର୍ଭଧାରଣ ସଂସ୍କାରରେ ମୁଣ୍ଡନ, ଉପନୟନ ଏବଂ ବିବାହ ଭଳିଦିନ, ତିଥି ଏବଂ ମୁହୁର୍ତ୍ତକୁ ଗୁରୁତ୍ୱ ଦିଆଯାଇଛି । କାରଣ ଅଶୁଭ ସମୟରେ ଗର୍ଭଧାରଣ କରିବା ଦ୍ୱାରା ପରିବାର ଏବଂ ଭାବୀ ସନ୍ତାନ ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି ।

Advertisment

ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ ଗର୍ଭଧାରଣ ସଂସ୍କାରକୁ ବାରଣ କରାଯାଇଛି । କୁହାଯାଇଛି ଯେ ଏହି ଦିନ ନାରୀ ଗର୍ଭଧାରଣ କରିଲେ ଗର୍ଭସ୍ଥ ସନ୍ତାନ କ୍ରୂର ଏବଂ ହିଂସ୍ରକ ସ୍ୱଭାବର ହୋଇଥାଏ । ଠିକ୍‌ ସେହିପରି ଶନିବାର ଦିନକୁ ବି ବାରଣ କରାଯାଇଛି । ଏହି ଦିନର ସ୍ୱାମୀ ଭଗବାନ ଶନି ହୋଇଥିବା ହେତୁ ଏହି ଦିନ ଗର୍ଭଧାରଣ କରିଲେ ସନ୍ତାନ ନିରାଶାବାଦୀ ତଥା ଶାରୀରିକ ବିକଳାଙ୍ଗ ହେବାର ଆଶଙ୍କା ରହିଛି ।

publive-image photo-oneindia

ରବିବାର ଦିନ ମଧ୍ୟ ଗର୍ଭଧାରଣ ଲାଗି ଶାସ୍ତ୍ରସମ୍ମତ ନୁହେଁ । ଏହା ଭଗବାନ ସୂର୍ଯ୍ୟଦେବଙ୍କ ଆରାଧନାର ଦିବସ ହୋଇଥିବା ହେତୁ ଏହି ଦିନ ଗର୍ଭଧାରଣକୁ ନିଷିଦ୍ଧ କରାଯାଇଥାଏ ।