ନୂଆଦିଲ୍ଲୀ: ମହାକାଶରେ କେମିତି ରୁହନ୍ତି ମହାକାଶଚାରୀ ? ମହାଶୂନ୍ୟରେ କଣ ଖାଆନ୍ତି, କଣ ପିଅନ୍ତି, କେଉଁଠି ଶୁଅନ୍ତି ଏବଂ କେଉଁଠି ଶୌଚ ହୁଅନ୍ତି ? କଣ ପୃଥିବୀ ପରି ଖାଦ୍ୟ ମହାକାଶରେ ମିଳେ କି ? ଆମେ ଯାହା ଏଠି ଖାଉଛୁ ତାହା ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶଚାରୀମାନେ ଖାଆନ୍ତି ନା ସେମାନଙ୍କ ପାଇଁ ଥାଏ କିଛି ସ୍ବତନ୍ତ୍ର ଖାଦ୍ୟ, ସ୍ବତନ୍ତ୍ର ମେନୁ ? ପିଲାବେଳୁ ଅନେକଙ୍କୁ କୁହାଯାଇଥାଏ ଏବଂ ଅନେକ ଲୋକଙ୍କର ଭ୍ରମଥାଏ କି ଯେଉଁମାନେ ମହାକାଶ ଯାତ୍ରା କରନ୍ତି ସେମାନେ କୁଆଡେ କେବଳ ଔଷଧ ଖାଇ ରୁହନ୍ତି । ମାସ ମାସ ମହାକାଶ ମିଶନ ଟାବଲେଟ୍ ଏବଂ କ୍ୟାପସୁଲ ଖାଇ ରୁହନ୍ତି ।
/sambad/media/media_files/2025/03/19/Qd1lGy8F700vcKAGp7fs.jpg)
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ସାଧାରଣ ଲୋକ ପୃଥିବୀରେ ଯାହା ଖାଉଛନ୍ତି ମହାକାଶରେ ସେସବୁ ଖାଉଛନ୍ତି ମହାକାଶଚାରୀ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସବୁ ମିଳୁଛି- ଚିକେନ, ମଟନ, ଅଣ୍ଡା, ସସ୍, ବ୍ରେଡ୍, ଫଳ, ପରିବା ବି ମିଳୁଛି । ମହାକାଶ ଷ୍ଟେସନରେ ରହୁଥିବା ମହାକାଶଚାରୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଆନ୍ତି ଯାହା ପୃଥିବୀରେ ମିଳୁଥିବା ଖାଦ୍ୟ ସହିତ ସମାନ ଏବଂ ସେଠାରେ ସେମାନଙ୍କ ମେନୁରେ ପ୍ରାୟ ଶହେରୁ ଅଧିକ ଆଇଟମ୍ ବି ଥାଏ । ପନିପରିବା ଏବଂ ଫଳମୂଳ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ବି ସେମାନଙ୍କୁ ମିଳେ । ଏମିତିକି ମିଠା ବି ଖାଆନ୍ତି ମହାକାଶଚାରୀ । ୮ ଦିନିଆ ମହାକାଶ ମିଶନରେ ଯାଇ ୯ ମାସ ଯାଏଁ ଫସି ଶେଷରେ ପୃଥିବୀ ଫେରିଥିବା ସୁନୀତା ଏବଂ ତାଙ୍କ ଟିମଙ୍କ ପୂର୍ବ ଦିନର ଖାଦ୍ୟ ଖାଇବାର ଫଟୋ ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡେ ।
ସୁନୀତା ଏବଂ ତାଙ୍କ ଟିମ୍ ୯ ମାସ ଧରି କଣ ଖାଉଥିଲେ ?
-ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ ଫସିଥିବା ମହାକାଶଚାରୀ
-ବ୍ରେକଫାଷ୍ଟ ସହ ୩ ଥର ସେମାନଙ୍କୁ ସ୍ପେସ୍ ଷ୍ଟେସନରେ ଖାଇବାକୁ ମିଳେ
-ବ୍ରେକଫାଷ୍ଟରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ
-ପିଜା, ଚିଙ୍ଗୁଡି ମାଛ କକଟେଲ୍ସ, ପୋଡ଼ା ଚିକେନ, ଚୁନା ମାଛ ବି ଖାଉଥିଲେ
-କମ୍ ପରିମାଣର ଫଳ, ପନିପରିବା ଖାଉଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ
-ସେଠାରେ ପ୍ୟାକିଙ୍ଗ ହୋଇଥିବା ଫଳ ଓ ପରିବା ଉପଲବ୍ଧ ରହୁଥିଲା
-ପ୍ରତି ତିନି ମାସରେ ଥରେ ସ୍ପେସ୍ ଷ୍ଟେସନକୁ ଖାଦ୍ୟ ଯାଉଥିଲା
-ପୃଥିବୀରେ ରନ୍ଧା ହୋଇ ଖାଦ୍ୟକୁ କଣ୍ଟେନରରେ ସେଠାକୁ ପଠାଯାଏ ଏବଂ ମହାକାଶଚାରୀମାନେ ଉକ୍ତ ଖାଦ୍ୟକୁ କେବଳ ଗରମ କରି ଖାଆନ୍ତି
-ମହାକାଶଚାରୀଙ୍କ ଖାଦ୍ୟ ମୁଖ୍ୟତଃ ଶୁଖିଲା ରହୁଥିଲା
-ଖାଦ୍ୟକୁ ଗରମ କରି ଖାଉଥିଲେ ମହାକାଶଚାରୀ
-ମାଂସ ଓ ଅଣ୍ଡା ପୃଥିବୀରୁ ରନ୍ଧା ହୋଇ ପଠାଯାଉଥିଲା
-ମହାକାଶରେ ଅଛି ଖାଇବା ପାଇଁ କକ୍ଷ, ଯେଉଁଠି ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରି ମହାକାଶଚାରୀମାନେ ଖାଆନ୍ତି
-ଏକ ଚେୟାରରେ ନିଜ ନିଜକୁ ବାନ୍ଧି ସେମାନେ ସେହି ଟ୍ରେରେ ଚାମର ଏବଂ ଛୁରୀ ଜରିଆରେ ଖାଦ୍ୟ ଖାଆନ୍ତି
-ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ବି ସୁନୀତା ଏବଂ ତାଙ୍କ ସହଯୋଗୀଙ୍କ ପାଇଁ ଥିଲା