ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ପୃଥିବୀ ଅଭିମୁଖେ ଯାତ୍ରା । ମହାକାଶରୁ ମାଟିକୁ ଛୁଇଁବାର ସେ ମୂହୁର୍ତ୍ତକୁ ସମସ୍ତେ ଚାହିଁ ରହିଛନ୍ତି । କେତେବେଳେ ଓ କେଉଁଠି ସୁନିତା ଅବତରଣ କରିବେ ତାହା ସ୍ପଷ୍ଟ ହୋଇସାରିଥିବା ବେଳେ ଦୀର୍ଘ ୯ ମାସ ଧରି ମହାକାଶରେ ରହିଥିବା ସୁନିତାଙ୍କ ଘରବାହୁଡା ସାରା ପୃଥିବୀବାସୀଙ୍କୁ ଖୁସି ଦେଇଛି । ଆଉ ସୁନିତା ବି ମାଟିକୁ ଛୁଇଁବାର ସେହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ।
ତେବେ ୬୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସଙ୍କ ଘର ବାହୁଡା ନେଇ ସମସ୍ତେ ଖୁସି ଥିବା ବେଳେ ପୃଥିବୀରେ ପାଦ ଦେବା ପରେ ତାଙ୍କ ସାମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦୀର୍ଘ ୯ ମାସ ଧରି ମହାକାଶରେ ଜୀବନ ବିତାଇଥିବା ସୁନିତାଙ୍କୁ ପୃଥିବୀରେ ହଠାତ୍ ଆସି ଅବତରଣ କରିବା ଏବଂ ତା ପରବର୍ତ୍ତୀ ସମୟ ଅତିବାହିତ ସରିବା ଉଭୟ ସ୍ବାସ୍ଥ୍ୟ ଏବଂ ଅଭ୍ୟାସଗତ ସମସ୍ୟା ସୃଷ୍ଟି କରିପାରେ । ନଜର ପକାନ୍ତୁ ପୃଥିବୀରେ ପାଦ ଦେବା ପରେ ସୁନିତା କେଉଁ ସମସ୍ୟା ଭୋଗିପାରନ୍ତି...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/18/O86kq2wWjHfrZAJrHZr9.jpg)