ଏହି ଚାଷ କରି ହୁଅନ୍ତୁ କୋଟିପତି ! ଥରେ ଲଗାଇଲେ ୭୦ବର୍ଷ ଯାଏ ଦେବ ଫଳ

ନୂଆଦିଲ୍ଲୀ: ଗୁଆ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ମିଳିଥିବା ତଥ୍ୟ ଅନୁଯାୟୀ, ବିଶ୍ବର ଗୁଆ ଉତ୍ପାଦନର ପ୍ରାୟ ୫୦ପ୍ରତିଶତ ଭାରତରେ କରାଯାଇଥାଏ । ଏହାକୁ ଅଧିକାଂଶ ପାନ୍, ଗୁଟଖା ମସାଲା ଭାବରେ ବ୍ୟବହାର କରାଯାଇଥାଏ । ଏଥି ସହିତ, ବିଭିନ୍ନ ଧାର୍ମିକ ରୀତି-ନୀତି, ପୂଜା-ପାଠ ସମୟରେ ଗୁଆକୁ ମଧ୍ୟ ବ୍ୟବହାର କରାଯାଏ ।

ଗୁଆ ଚାଷ ଓ ଏହାର ରକ୍ଷଣା ବେକ୍ଷଣା କିପରି କରିବେ ଜାଣନ୍ତୁ…

୧. ଯେକୌଣସି ପ୍ରକାର ମାଟିରେ ଗୁଆ ଚାଷ କରାଯାଇପାରେ । ତଥାପି ପଥୁରିଆ ନାଲି ମାଟି ଏହି ଚାଷ ପାଇଁ ସବୁଠାରୁ ଉପଯୁକ୍ତ ହୋଇଥାଏ । ଗଛଗୁଡିକ ସାଧାରଣତଃ ନଡ଼ିଆ ଗଛ ପରି ୫୦ରୁ ୬୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ବଢିଥାଏ । ୫ ରୁ ୮ ବର୍ଷ ମଧ୍ୟରେ ଫଳ ଦେବା ଆରମ୍ଭ କରେ । ଏହାକୁ ଥରେ ଚାଷ କରିବା ପରେ, ଆପଣ ପ୍ରାୟ ୭୦ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଲାଭ ଉପାର୍ଜନ କରିପାରିବେ ।

୨. ଏଣିକି ନର୍ସରିରେ ଗୁଆ ଚାଷ ପାଇଁ ବିହନ-ଚାରା ପ୍ରସ୍ତୁତ କରାଯାଉଛି । ଆପଣ ଚାହିଁଲେ ନିଜେ ମଧ୍ୟ ଗୁଆ ଚାରା ପ୍ରସ୍ତୁତ କରିପାରିବେ । ସର୍ବପ୍ରଥମେ, ଧାନ ତଳି ପରି ଏକ ପଟି ପ୍ରସ୍ତୁତ କରନ୍ତୁ, ପରେ ସେଠାରେ ବିହନ ଆଣି ତଳି ପକାନ୍ତୁ । ଗଛ ବଢିବା ପରେ ଏହାକୁ କ୍ଷେତରେ ଲଗାଇ ଦିଅନ୍ତୁ ।

୩. ମନେରଖନ୍ତୁ ଯେଉଁଠାରେ ଏହା ଲଗାଇବେ ସେହି କ୍ଷେତରେ ପାଣି ନିଷ୍କାସନ ବ୍ୟବସ୍ଥା ରହିବା ଆବଶ୍ୟକ । ପାଣି ନିଷ୍କାସନ ପାଇଁ କ୍ଷେତରେ ଛୋଟ ନାଳ ମଧ୍ୟ ତିଆରି କରିପାରିବେ । ମୌସୁମୀ ବର୍ଷାକୁ ଆଖିରେ ରଖି ଚାରା ରୋପଣ କରିବା ପାଇଁ ଜୁଲାଇ ମାସ ସବୁଠାରୁ ଉପଯୁକ୍ତ । ଗୋବର ଖତ ଏବଂ କମ୍ପୋଷ୍ଟକୁ ଖତ ଭାବେ ବ୍ୟବହାର କରାଗଲେ ଏହା ଲାଭକାରୀ ହୋଇଥାଏ ।

୪. ଗୁଆ ଗଛ ୫-୮ ବର୍ଷ ମଧ୍ୟରେ ଅମଳ ଦେବା ଆରମ୍ଭ କରିଦିଏ । ଯେତେବେଳେ ଏହାର ତିନି-ଚତୁର୍ଥାଂଶ ପାଚିଯାଏ ସେତେବେଳେ ଏହାକୁ ଅମଳ କରାଯାଏ ।

୫. ବଜାରରେ ଗୁଆ ଭଲ ଦରରେ ବିକ୍ରି ହୁଏ । ବର୍ତ୍ତମାନ ଏହା କିଲୋ ପିଛା ପ୍ରାୟ ୪୦୦ ରୁ ୬୦୦ ଟଙ୍କା ମଧ୍ୟରେ ରହିଛି । ସେହି ଅନୁଯାୟୀ, ଯଦି ଚାଷୀମାନେ ଗୋଟିଏ ଏକରରେ ଗୁଆ ଚାଷ କରନ୍ତି, ତେବେ ସେମାନେ ପ୍ରଚୁର ଲାଭ କରିପାରିବେ । ଏକ ହିସାବ ଅନୁଯାୟୀ ଏକ ଏକର ଜମିରେ ଗୁଆ ଚାଷ କଲେ ବାର୍ଷିକ ଏଥିରୁ ପ୍ରାୟ ୭୦ ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇଥାଏ।

ସମ୍ବନ୍ଧିତ ଖବର