ଅନ୍ଧବିଶ୍ୱାସ ବି ବେଳେ ବେଳେ ସତରେ ପରିଣତ ହୋଇଥାଏ, ଜାଣନ୍ତୁ କାହିଁକି?

ଏମିତି ଅନେକଗୁଡ଼ିଏ କଥା ଅଛି ଯାହାକୁ ଆମେ ଅନ୍ଧବିଶ୍ୱାସ ବୋଲି ଜାଣିବା ସତ୍ୱେ ବି ଅବଚେତନ ମନରେ ସେ କଥା ପ୍ରତି ସମ୍ମାନ ଦେଇଥାଉ। ବିରାଡ଼ି ରାସ୍ତା କାଟିବା, ସିଡ଼ି ତଳେ ଚାଲିବା, ଚ୍ୟାୟାର୍‌ରେ ବସି ଗୋଡ଼ ହଲାଇବା, ପାଟିରେ ନଖ ଖୁଣ୍ଟିବା, ହାତରୁ ପଡ଼ି କାଚ ଭାଙ୍ଗିବା ଆଦି ଏହି ଭଳି ଅନେକଗୁଡ଼ିଏ ଛୋଟମୋଟ କଥାକୁ ଆମେ ଅଶୁଭ ବୋଲି ବିବେଚନା କରିଥାଉ। ମାତ୍ର ବାସ୍ତବରେ କ’ଣ ସେପରି ହୋଇଥାଏ, ଏହା ପଛରେ ଅଛି କୌଣସି ବୈଜ୍ଞାନିକ ମତ? ଆଜ୍ଞା ହଁ, ବେଳେ ବେଳେ ଆମମାନଙ୍କ ଅନ୍ଧବିଶ୍ୱାସ ବି ସତରେ ପରିଣତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କାହିଁକି ଏମିତି ହୋଇଥାଏ।

୨୦୧୦ ମସିହାରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ସେ ବେଳେ ବେଳେ ଅନ୍ଧବିଶ୍ୱାସ ବି ବାସ୍ତବ ଜୀବନକୁ ପ୍ରଭାବିତ କରିଥାଏ। ଆପଣ ଏକଥା ନିଶ୍ଚୟ ଶୁଣିଥିବେ ଯେ ବିଶ୍ୱାସ ଦ୍ୱାରା ସବୁକିଛି ସମ୍ଭବ। ଯଦି ଏକ ଅନ୍ଧବିଶ୍ୱାସକୁ ଆମେ ଗଭୀର ଭାବରେ ବିଶ୍ୱାସ କରି ବସନ୍ତି ତେବେ ତାହା ବି ସତ ହେବାକୁ ଲାଗେ। ମାତ୍ର ଏହା ସତ ଯେ ଯେଉଁସବୁ ଅନ୍ଧବିଶ୍ୱାସଗୁଡ଼ିକ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ରହିଛନ୍ତି ସେସବୁର ଆରମ୍ଭ କେବେ ନା କେବେ କେଉଁ ଅଶୁଭରୁ ହୋଇଛି ନିଶ୍ଚୟ। ମଣିଷର ପ୍ରବୃତି ହେଉଛି ସେ ସକାରାତ୍ମକକୁ କମ୍‌ ଏବଂ ନକାରାତ୍ମକୁ ବେଶି ଆକର୍ଷିତ ହୋଇଥାଏ। ତେଣୁ, କିଛି ନା କିଛି ଅଶୁଭ ଘଟଣା ସମୟକ୍ରମେ ବିଶ୍ୱାସ ପାଲଟିଯାଇଛି।

‘ ଜଣେ ବୋହୂ ନିଜ ଶାଶୂଙ୍କୁ ଠକିବା ପାଇଁ କାନକୁ ନଶୁଭିବାର ଅଭିନୟ କଲେ। କିଛି ଦିନ ପର୍ଯ୍ୟନ୍ତ ଶାଶୂଙ୍କ ଡାକ ଶୁଣିବା ସତ୍ୱେ ନଶୁଣିବା ପରି ଚାଲିଗଲେ। ଏହିପରି କିଛି ଦିନ ଗଲା ଦିନେ ବୋହୂ ଅନୁଭବ କଲେ ଯେ ସେ ବାସ୍ତବରେ ଆଉ କିଛି ଶୁଣିପାରୁ ନାହାନ୍ତି। ଅଭିନୟ କରୁ କରୁ ସେ ସତରେ ଶ୍ରବଣ ଶକ୍ତି ହରାଇ ଦେଇଥିଲେ।’

ଏହା ଉପରେ ଛୋଟିଆ ଗପଟିଏ ରହିଛି, ‘ ଜଣେ ବୋହୂ ନିଜ ଶାଶୂଙ୍କୁ ଠକିବା ପାଇଁ କାନକୁ ନଶୁଭିବାର ଅଭିନୟ କଲେ। କିଛି ଦିନ ପର୍ଯ୍ୟନ୍ତ ଶାଶୂଙ୍କ ଡାକ ଶୁଣିବା ସତ୍ୱେ ନଶୁଣିବା ପରି ଚାଲିଗଲେ। ଏହିପରି କିଛି ଦିନ ଗଲା ଦିନେ ବୋହୂ ଅନୁଭବ କଲେ ଯେ ସେ ବାସ୍ତବରେ ଆଉ କିଛି ଶୁଣିପାରୁ ନାହାନ୍ତି। ଅଭିନୟ କରୁ କରୁ ସେ ସତରେ ଶ୍ରବଣ ଶକ୍ତି ହରାଇ ଦେଇଥିଲେ।’ ଏହାକୁ ଆପଣ ଏକ ମାନସିକ ରୋଗ ବି କହିପାରନ୍ତି। ଠିକ୍‌ ସେହିପରି ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଶୁଭ-ଅଶୁଭ ସବୁ ଆମର ମାନସିକତା। ଅନ୍ଧବିଶ୍ୱାସ ବି ମାନସିକତା ଅନ୍ତର୍ଭୁକ୍ତ। ମନେ ରଖନ୍ତୁ ମାତ୍ରା ବଢ଼ିଗଲେ ସବୁ କିଛି ସତ ତାହା ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ!

ସମ୍ବନ୍ଧିତ ଖବର