ସୁରଟ : ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଖବର ଆମେ ଆପଣଙ୍କୁ ଆଗରୁ ଅନେକ ଥର ଦେଇ ଆସିଛୁ । କିନ୍ତୁ ସୁରଟରେ ଜଣେ ମହିଳା ବ୍ରେନ ଡେଡ୍‌ ହେବା ପରେ ତାଙ୍କ ଶରୀରର ୬ଟି ଅଙ୍ଗ ଦାନ କରାଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପ୍ରଥମ ଥର ପାଇଁ ଜଣେ ଯୁବତୀଙ୍କ ଶରୀରରେ ଏକା ସାଙ୍ଗରେ ହୃତପିଣ୍ଡ ଏବଂ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯାଇଛି ଓ ଏହା ଦ୍ୱାରା ୬ମାସ ହେଲାଣି ଶଯ୍ୟାଶାୟୀ ହୋଇ ରହିଥିବା ଯୁବତୀଙ୍କୁ ନୂଆ ଜୀବନ ମିଳିଛି ।

Advertisment

publive-image The Spectator

ସୂଚନା ମୁତାବକ, ମୁମ୍ବାଇର ଫୋର୍ଟିସ ହସ୍ପିଟାଲରେ ରୁପାଲି ଔତି ନାମକ ଜଣେ ଯୁବତୀ ୬ମାସ ହେଲା ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କୁ ହୃତପିଣ୍ଡ ଏବଂ ଫୁସ୍‌ଫୁସ୍‌ ଦରକାର ଥିବା ବେଳେ କେହି ଅଙ୍ଗଦାନ କରିବାକୁ ରାଜି ନଥିବାରୁ ୬ମାସ ହେବ ସେ ଡ଼ାକ୍ତରଖାନାରେ ପଡ଼ି ରହିଥିଲେ। କିନ୍ତୁ ସୁରଟର ୫୪ବର୍ଷୀୟା କିରଣ ଲକ୍‌ଡାଓ୍ଵାଲାଙ୍କ ବ୍ରେନ୍‌ ଡେଡ୍‌ ହେବା ପରେ ତାଙ୍କର ହୃତପିଣ୍ଡ ଏବଂ ଫୁସ୍‌ଫୁସ୍‌ ଆସି ରୁପାଲିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଏହା ପରେ ରୁପାଲିଙ୍କୁ ଏବେ ନୂଆ ଜୀବନ ମିଳି ପାରିଛି । କେବଳ ରୁପାଲି ନୁହନ୍ତି, କିରଣଙ୍କ କିଡ୍‌ନୀ, ଆଖି ଏବଂ ଯକୃତ ଅନ୍ୟ ୫ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କୁ ନୂଆ ଜୀବନ ଦିଆଯାଇଥିବା ସୂଚନା ମିଳିଛି ।