ମୋଦିଙ୍କୁ ସମର୍ଥନ କରି ବିବାହ କାର୍ଡ କରିଥିବା ଦମ୍ପତିଙ୍କ ବିବାହ ଆଜି, ଇ-ମେଲ୍‌ରେ ମୋଦି ଦେଲେ ଜବାବ

ସୁରଟ: ଗୁଜୁରାଟର ଏକ ଦମ୍ପତି ତାଙ୍କ ବିବାହ ନିମନ୍ତ୍ରଣ କାର୍ଡକୁ ଏକ ନିଆରା ଢଙ୍ଗରେ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି। ସେ ତାଙ୍କ ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିଛନ୍ତି। ସେଥିରେ ଲେଖାଯାଇଛି ‘ନମୋ’ ଆପ୍‌ ଜରିଆରେ ବିଜେପିରେ ଭାଗିଦାରିତା ଏବଂ ୨୦୧୯ ନିର୍ବାଚନରେ ବିଜେପିକୁ ଭୋଟ ହିଁ ଆମ ପାଇଁ ଉପହାର ହେବ। ଏହା ବ୍ୟତୀତ ମୋଦିଙ୍କ ରାଫେଲ୍‌ ଜେଟ୍‌ ଚୁକ୍ତି ସଂପର୍କରେ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ବି ଦେଖିବାକୁ ମିଳିଛଇ କାର୍ଡର ଅନ୍ୟ ପଟରେ। ଏହି ଦମ୍ପତିଙ୍କର ବିବାହ ଆଜି।

ଏ ସଂପର୍କରେ ବର ପୋଖରାନା ଗଣମାଧ୍ୟମରେ କହିଛନ୍ତି, ଜାନୁଆରି ୧୭ ତାରିଖରେ ତାଙ୍କ ମାଆ ବବିତା ପ୍ରକାଶ ପୋଖରାନାଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ମୋଦି ଏକ ଇ-ମେଲ୍‌ କରିଥିଲେ।

ମୋଦି ମେଲ୍‌ରେ ଲେଖିଥିଲେ, ‘ପୋଖରାନା ପରିବାରକୁ ହୃଦୟରୁ ଶୁଭେଚ୍ଛା। ଯୁବରାଜ ଓ ସାକ୍ଷୀଙ୍କ ବିବାହର ଆନନ୍ଦ ଉତ୍ସବରେ ଅଭିନନ୍ଦନ। ଆପଣଙ୍କ ବିବାହ କାର୍ଡରେ କିଛି ନିଆରା ଶୈଳୀ ଦେଖି ଖୁସି ହେଲି।’ ମେଲ୍‌ ଜରିଆରେ ଆସିଥିବା ଉକ୍ତ ଚିଠିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତଖତ ଥିଲା ବୋଲି ସେ ଗଣମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର