ଲୋକପ୍ରିୟତା ପାଇଁ ମଣିଷ ନିଜ ଜୀବନକୁ ମଧ୍ୟ ବାଜି ଲଗାଇପାରେ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରୁଷିଆରେ। କିରିଲ ତେରେସିନ ନାମକ ଯୁବକ ନିଜକୁ ଏଲିଅନ୍ ରୂପ ଦେବାକୁ ଶରୀରର ବିଭିନ୍ନ ଅଙ୍ଗରେ ଅସ୍ତ୍ରୋପଚାର କରିଛନ୍ତି। ସେ ପିଲାବେଳେ ୟୁଏଫ୍ଓ(ଅଜଣା ଉଡ଼ନ୍ତା ବସ୍ତୁ) ଦେଖିଥିବାର ଦାବି କରନ୍ତି। ତେଣୁ ବିଶ୍ବରେ ଏଲିଅନ୍ ଅଛନ୍ତି ବୋଲି ତାଙ୍କର ବିଶ୍ବାସ। ପ୍ରଥମେ ଇଞ୍ଜେକ୍ସନ୍ ଦ୍ବାରା ପେଟ୍ରୋଲିୟମ୍ ଜେଲି ପ୍ରୟୋଗ କରି ସେ ନିଜ ବାହୁର ଆକାର ବୃଦ୍ଧି କରିଥିଲେ। ଏହା ଦ୍ବାରା ତାଙ୍କ ବାଇସେପ ବେଲୁନ ପରି ଫୁଲି ଯାଇଥିଲା। କେବଳ ହାତ ନୁହେଁ ଏଲିଅନ୍ଙ୍କ ପରି ଦିଶିବା ପାଇଁ ନିଜ କପାଳ, ନାକ, ଗାଲ, ଥୋମଣି ଏବଂ ଓଠରେ ମଧ୍ୟ ସେ କସ୍ମେଟିକ୍ ଅସ୍ତ୍ରୋପଚାର କରିଛନ୍ତି। ତେରେସିନଙ୍କ ମତରେ ଏଲିଅନ୍ମାନେ ବହୁତ ଶକ୍ତିଶାଳୀ। ଏଲିଅନ୍ ଭଳି ଦେଖାଗଲେ ସେ ଭବିଷ୍ୟତରେ ତାଙ୍କ ଗୋଷ୍ଠୀରେ ସାମିଲ ହୋଇପାରିବେ ବୋଲି ଆଶା ରଖିଛନ୍ତି। ପେଟ୍ରୋଲିୟମ୍ ଜେଲି ଭବିଷ୍ୟତରେ ତାଙ୍କ ଶରୀରକୁ ବିଷାକ୍ତ କରିବା ସହ କିଡନୀ ଉପରେ ପ୍ରଭାବ ପକାଇବ। ଠିକ୍ ସମୟରେ ହାତର ଚିକିତ୍ସା କରା ନ ଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଡାକ୍ତର କହିଛନ୍ତି। ମାତ୍ର ସେ ଡାକ୍ତରଙ୍କ ଚେତାବନୀ ଶୁଣିବାକୁ ନାରାଜ। ନିଜ ଜିଦ୍ରେ ଅଟଳ ତେରେସିନ ଭବିଷ୍ୟତରେ ଆହୁରି ଅସ୍ତ୍ରୋପଚାର କରିବେ ବୋଲି କହିଛନ୍ତି। ତାଙ୍କ ଶରୀର ଏବେ ଅତ୍ୟନ୍ତ କଦାକାର ଦେଖାଯାଉଥିଲେ ମଧ୍ୟ ଟିକ୍ଟକ୍ରେ ତାଙ୍କର ୧୦ ଲକ୍ଷ ଅନୁଗାମୀ ହୋଇସାରିଲେଣି।
ଏଲିଅନ୍ ଭଳି ଦିଶିବାକୁ ଅସ୍ତ୍ରୋପଚାର!
/sambad/media/post_attachments/wp-content/uploads/2022/04/gdgdagdaggdaggdagdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)