ବର୍ଷାଋତୁର ଆଗମନ ଆମକୁ ଗ୍ରୀଷ୍ମ ଜ୍ୱାଳାରୁ ମୁକ୍ତ କରି ଶୀତଳତା ପ୍ରଦାନ କରେ। ଗ୍ରୀଷ୍ମଋତୁ ଓ ଶୀତଋତୁ ଠାରୁ ଏହା ଆରାମଦାୟକ ହେଲେ ମଧ୍ୟ ଅତ୍ୟଧିକ ତ୍ବଚା ଓ ଚର୍ମଜନିତ ସମସ୍ୟା ସୃଷ୍ଟି କରିଥାଏ। ବାୟୁରେ ଆର୍ଦ୍ରତା ଅତ୍ୟଧିକ ହେତୁ ଆମର ତ୍ବଚା ଓ ଚର୍ମ ଶୁଷ୍କ ତଥା ରୁକ୍ଷ ହୋଇଯାଏ। ଏଣୁ ବର୍ଷାଦିନେ ତ୍ୱଚାର ଯତ୍ନ ନିମନ୍ତେ କିଛି ଘରୋଇ ଟିପ୍ସ

Advertisment

 ଏହି ଋତୁରେ ତ୍ୱଚାରେ କମ୍ ତେଲ ଓ ବଟର୍‌ଯୁକ୍ତ ଜେଲ୍ ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ
 ଦିନରେ ଅତି କମ୍‌ରେ ଦୁଇଥର ସଲ୍‌ଫେଟ୍ ଫ୍ରି ଫେସ୍‌ୱାସ୍‌ ବ୍ୟବହାର କରନ୍ତୁ
 ବର୍ଷା ଋତୁରେ ହାଲୁକା ମେକ୍‌ଅପ୍‌ ନିଅନ୍ତୁ ଏବଂ ମେକ୍‌ଅପ୍‌ କରିବା ପୂର୍ବରୁ ଟୋନିଂ କରିବାକୁ ଜମାରୁ ଭୁଲନ୍ତୁ ନାହିଁ
 ବାହାରକୁ ଗୋଡ଼ କାଢ଼ିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ
 ସପ୍ତାହରେ ଅତି କମ୍‌ରେ ଥରେ କିମ୍ବା ଦୁଇଥର ମୂଲତାନି ମାଟି କିମ୍ବା କ୍ଲେ ମାସ୍କ ବ୍ୟବହାର କରିବାକୁ ଜମାରୁ ଭୁଲନ୍ତୁନାହିଁ
 ବର୍ଷାରେ ବାହାରେ ଓଦା ହୋଇଥିଲେ ଘରକୁ ଫେରିବା ପରେ ତୁରନ୍ତ ପୋଛି ହୁଅନ୍ତୁ ଏବଂ ବୀଜାଣୁ ଦାଉରୁ ନିଜକୁ ରକ୍ଷା କରନ୍ତୁ
 ନିୟମିତ ବ୍ୟବଧାନରେ ଶରୀରର ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ପର୍‌ଫ୍ୟୁମ୍‌ ବ୍ୟବହାର କରନ୍ତୁ
 ଯଥାସମ୍ଭବ ଚର୍ମକୁ କାଛୁ, କୁଣ୍ଡିଆ, ପାଣିକନ୍ଦା ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ଆଣ୍ଟି ଫଙ୍ଗାଲ୍‌ ପାଉଡର୍‌ ବ୍ୟବହାର କରନ୍ତୁ
 ତୈଳାକ୍ତ ତ୍ବଚାର ବ୍ୟକ୍ତିବିଶେଷ ସପ୍ତାହକୁ ଥରେ ବା ଦୁଇଥର ସ୍କ୍ରବିଂ କରି ମୃତ ଚର୍ମକୋଷ ବାହାର କରନ୍ତୁ
 ପ୍ରଚୁର ପାଣି ପିଅନ୍ତୁ ଏବଂ ବର୍ଷା ଋତୁର ଫଳ ଓ ପନିପରିବା ଯଥେଷ୍ଟ ପରିମାଣରେ ଖାଅନ୍ତୁ

ଡକ୍ଟର ପ୍ରୀତିପଦ୍ମା ପଣ୍ଡା, ସହଯୋଗୀ ପ୍ରଫେସର ଓ ସୌନ୍ଦର୍ଯ୍ୟ ବିଶେଷଜ୍ଞା, ଭୁବନେଶ୍ୱର