ପ୍ରତ୍ୟେକ ଭାରତୀୟଙ୍କୁ ମିଳିବ ଶତ୍ରୁ ସହ ଲଢ଼େଇ କରିବାର ସନ୍ତୁଷ୍ଟି ! ଲଞ୍ଚ୍‌ ହେଲା ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସ୍‌କେପ୍‌’ ୩ଡି ଗେମ୍‌

ଗୁଗୁଲ୍‌ ପ୍ଲେ ଷ୍ଟୋରରୁ କରିହେବ ଡାଉନ୍‌ଲୋଡ

ନୂଆଦିଲ୍ଲୀ: ଦେଶର ପ୍ରଥମ ବହୁଭାଷୀ ୩ଡି ଗେମ୍‌ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସ୍‌କେପ୍‌’ ପ୍ଲାଟାନିଷ୍ଟା ଗେମ୍‌ ଦ୍ୱାରା ଲଞ୍ଚ୍‌ ହୋଇଯାଇଛି। ଏହି ଗେମ୍‌ଟି ହିନ୍ଦୀ, ଇଂରାଜୀ ଓ ମରାଠୀ ଭାଷାରେ ଉପଲବ୍ଧ। ୨୦୧୬ ମସିହା ସେପ୍ଟେମ୍ବର ୨୯ ତାରିଖରେ ସର୍ଜିକାଲ୍‌ ଷ୍ଟାଇକ୍‌ରେ ନିଜ ଦେଶ ପାଇଁ ଜୀବନକୁ ପାଣି ଛଡ଼ାଇ ଯେଉଁ ମହାନାୟକମାନେ ସାମିଲ୍‌ ହୋଇଥିଲେ ସେମାନଙ୍କୁ ସମ୍ମାନ ଜ୍ଞାପନ କରିବା ଉଦେଶ୍ୟରେ ଏହି ଗେମ୍‌ଟିକୁ ସୃଷ୍ଟି କରାଯାଇଛି। ଗେମ୍‌ଟି ଏବେ ‘ଗୁଗୁଲ୍‌ ପ୍ଲେ’ରେ ଉପଲବ୍ଧ। ଚାହିଁଲେ ଅତି ସହଜରେ ଡାଉନ୍‌ଲୋଡ୍‌ କରିହେବ।

(Photo Credits: Google Play)

ପ୍ରତ୍ୟେକ ଦେଶପ୍ରେମୀ ଭାରତୀୟଙ୍କ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଏହି ଗେମ୍‌ଟି ପ୍ରସ୍ତୁତ କରାଯାଇଛି। ଖେଳରେ ଖେଳରେ ନିଜ ଗାଡ଼ିକୁ ଶତ୍ରୁ ଶିବିରରୁ ଖସାଇ ଆଣିବାର ମଜା ନେଇପାରିବେ ଖେଳାଳିମାନେ। ଏହି ଖେଳ ପ୍ରତ୍ୟେକ ଭାରତୀୟଙ୍କୁ ପାକିସ୍ତାନ ବିରୋଧରେ ଲଢ଼େଇ କରିବାର ଆତ୍ମସନ୍ତୋଷ ପ୍ରଦାନ କରିବ। ୩ଡି ଗ୍ରାଫିକ୍ସ, ଅସ୍ତ୍ରଶସ୍ତ୍ର, ବନ୍ଧୁକ, ମାନଚିତ୍ର ବ୍ୟତୀତ ଲମ୍ବା ଟିପ୍ପଣୀ ପ୍ରଦାନକାରୀ ଫିଚର୍‌ ଆଦି ଏହି ଗେମ୍‌ରେ ରହିଛି।

: ଏହି ଗେମ୍‌ଟିକୁ ଡାଉନ୍‌ଲୋଡ କରିବା ପାଇଁ ‘ଗୁଗୁଲ୍‌ ପ୍ଲେ’କୁ ଯାଇ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସ୍‌କେପ୍‌’ ସର୍ଚ କରନ୍ତୁ।
: ସେଠାରେ ଅନେକ ବିକଳ୍ପ ଦୃଶ୍ୟମାନ ହେବ। ମାତ୍ର ଆପଣ ପ୍ଲାଟାନିଷ୍ଟା ଗେମ୍‌ ଦ୍ୱାରା ଲଞ୍ଚ୍‌ ହୋଇଥିବା ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସ୍‌କେପ୍‌’କୁ ଡାଉନ୍‌ଲୋଡ କରିବେ।
: ଆବଶ୍ୟକୀୟ ପ୍ରକ୍ରିୟା ପାର୍‌ କରି ଗେମ୍‌ଟିକୁ ନିଜ ଆଣ୍ଡ୍ରଏଡ୍‌ ସେଟ୍‌ରେ ଡାଉନ୍‌ଲୋଡ କରନ୍ତୁ।
: ଗେମ୍‌ଟି ଡିଭାଇସ୍‌ରେ ଡାଉନ୍‌ଲୋଡ ହୋଇଗଲେ ଆପଣ ଖେଳର ମଜା ନେଇପାରିବେ।

ସମ୍ବନ୍ଧିତ ଖବର