ଏହି ଦେଶରେ ରୁହନ୍ତି ମାତ୍ର ୨୩ ଜଣ ଲୋକ !

ନୂଆଦିଲ୍ଲୀ: ଆପଣଙ୍କ ହିସାବରେ ଗୋଟିଏ ଦେଶର ଜନସଂଖ୍ୟା ଅତି କମରେ କେତେ ହୋଇପାରେ ? ଅତିକମରେ ଗୋଟିଏ ଦେଶର ଜନସଂଖ୍ୟା ୧୦ ହଜାର ହୋଇପାରେ | କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯାହାର ଜନସଂଖ୍ୟା ମାତ୍ର ୨୩ | ଅର୍ଥାତ ଏହି ଦେଶରେ କେବଳ ୨୩ ଜଣ ହିଁ ରୁହନ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଟି ଏକଦମ ସତ | ଏହି ଦେଶଟି ଅଷ୍ଟ୍ରେଲିଆ ମହାଦ୍ଵୀପରେ ଥିବାବେଳେ ଏହାର ନାମ ହେଉଛି ପ୍ରିନ୍ସିପାଲ୍ଟି ଅଫ ହଟ ରିଭର |

ଏଠାରେ ରହୁଥିବା ୨୩ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବାବେଳେ ୭୫ ବର୍ଗ କିଲୋମିଟର ଅଞ୍ଚଳରେ ଏହି ଦେଶଟି ପରିବ୍ୟାପ୍ତ | ୧୯୭୦ ମସିହାରେ ଏହି ଦେଶଟି ସ୍ଵଘୋଷିତ ଦେଶ ଭାବେ ପରିଗଣିତ ହୋଇଥିଲା | ପ୍ରଥମେ ଏହି ଦେଶଟି ଅଷ୍ଟ୍ରେଲିଆ ସହ ମିଶି ଥିବାବେଳେ ୧୯୬୯ ମସିହାରେ ଅଷ୍ଟ୍ରେଲିଆରେ ଆସିଥିବା ଏକ ବିଲ ଯୋଗୁଁ ଏହି ପ୍ରଦେଶଟି ସ୍ୱତନ୍ତ୍ର ଦେଶ ଭାବେ ନିଜକୁ ଘୋଷିତ କରିଥିଲା |

ଇତିହାସ କୁହେ ଯେ ୧୯୬୯ରେ ଆସିଥିବା ବିଲ ଅନୁଯାୟୀ କୌଣସି କୃଷକ ୧୦୦ ଏକରରୁ ଅଧିକ ଗହମ ବିକ୍ରି କରିପାରିବ ନାହିଁ | ତେବେ ଲେକିନ ଲିୟନୱାର୍ଡ଼ଙ୍କ ପାଖରେ ୧୩୦୦ ହଜାର ଏକରରୁ ଅଧିକ ଜମି ରହିଯାଇଥିଲା ଏହି ବିଲ କାରଣରୁ ତାଙ୍କର ବହୁ ସଂଖ୍ୟାରେ ଗହମ ନଷ୍ଟ ହୋଇଯାଉଥିଲା | ଯାହାକୁ ବିଚାର କରି ଅଷ୍ଟ୍ରେଲିଆଠାରୁ ସେ ଅଲଗା ହୋଇ ନିଜର ନୂଆ ଦେଶ ବାବଦରେ ଘୋଷଣା କରିଥିଲେ | ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଦେଶର ସ୍ୱତନ୍ତ୍ର ଜାତୀୟ ପତାକା ଓ ମୁଦ୍ରା ମଧ୍ୟ ରହିଛି |

ସମ୍ବନ୍ଧିତ ଖବର