ସୂର୍ଯ୍ୟ ମନ୍ତ୍ରରେ ରହିଛି ଅଲୌକିକ ଶକ୍ତି: ବିଜ୍ଞାନ ବି କରେ ସମର୍ଥନ, ରବିବାର ଦିନ କରନ୍ତୁ ଏମିତି ସୂର୍ଯ୍ୟଙ୍କୁ ପ୍ରସନ୍ନ

ଆପଣ ଜାଣିଥିବେ ଯେ ରବିବାର ସୂର୍ଯ୍ୟ ଦେବତାଙ୍କ ବାର ଭାବେ ମନାଯାଏ। ଏଥିପାଇଁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପୂଜା ବିଧି କରାଯାଇଥାଏ। ବିଶ୍ୱାସ ରହିଛି ଯେ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିପାରିଥିବା ବ୍ୟକ୍ତିର ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇଥାଏ। ଏଥି ସହିତ ଚାକିରି ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆଜି ଆମେ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବାର ଏକ ଏପରି ଉପାୟ ବତାଇବୁ ଯାହାକୁ ରବିାର ଦିନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଫିଟିଯିବ।

ଗାଧୋଇ ସାରିବା ପରେ ଆଞ୍ଜୁଳାରେ ପାଣି ଧରି ସୂର୍ଯ୍ୟଙ୍କୁ ଅର୍ପଣ କରି ସୂର୍ଯ୍ୟ ନମସ୍କାର କରନ୍ତୁ। ତା ସହିତ ସୂର୍ଯ୍ୟଙ୍କ ମନ୍ତ୍ର ପଢ଼ି ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରନ୍ତୁ। ସୂର୍ଯ୍ୟଙ୍କୁ ଆରାଧାନା କରିବାର ମନ୍ତ୍ର ନିମ୍ନରେ ଉଲ୍ଲେଖ କରାଯାଇଛି।

‘ଓଁ ମିତ୍ରାୟ ନମଃ, ଓଁ ରବାୟେ ନମଃ
ଓଁ ସୂର୍ଯ୍ୟାୟ ନମଃ, ଓଁ ଭନାଭେ ନମଃ
ଓଁ ପୁଂସନେ ନମଃ, ଓଁ ହିରଣାୟ ଗର୍ଭାୟ ନମଃ
ଓଁ ମରିଚାୟେ ନମଃ, ଓଁ ଆଦିତାୟ ନମଃ
ଓଁ ସାବିତ୍ରେ ନମଃ, ଓଁ ଅର୍କାୟ ନମଃ
ଓଁ ମିତ୍ରାୟ ନମଃ’

ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟଙ୍କୁ ଆତ୍ମାର ଏକ ଅଂଶ ବୋଲି ବିବେଚନା କରାଯାଏ। ଯେତେହୁ ସୂର୍ଯ୍ୟ ଆମ ଶରୀର ଭିତରେ ରହିଛନ୍ତି ବୋଲି ବିଶ୍ୱାସ ରହିଛି ତେଣୁ ତାଙ୍କୁ ଜଳ ଅର୍ପଣ କରିବା ଅର୍ଥାତ ପରୋକ୍ଷ ଭାବେ ନିଜେ ନିଜର ଆତ୍ମାକୁ ଶାନ୍ତ କରିବା। ଏଥିରେ ଉଭୟ ମନ ଓ ଶରୀର ସୁସ୍ଥ ରହିଥାନ୍ତି।

ଯେତେବେଳ ଜଣେ ସୂର୍ଯ୍ୟ ମନ୍ତ୍ର ଗାଇଥାନ୍ତି ଶରୀରକୁ ଶକ୍ତି ମିଳିବା ସହ ଆତ୍ମ ବଳ ଦୃଢ଼ ହୋଇଥାଏ। ସୂର୍ଯ୍ୟଙ୍କ ଉପରେ ଭରସା ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ବଡ଼ ବଡ଼ ବିପଦକୁ ସାମ୍ନା କରିବାର ସାମର୍ଥ୍ୟ ରହିଥାଏ।

ସୂର୍ଯ୍ୟ ପୂଜା ଉପରେ ବୈଜ୍ଞାନିକ ମତ ରହିଛି ଯେ, ପୂଜା ସମରେ ସୂର୍ଯ୍ୟଙ୍କୁ ଚାହିଁକରି ପ୍ରଣାମ କଲେ ବେଳେ ଯେଉଁ କରିଣ ଆମ ଉପରେ ପଡ଼େ ସେଥିରେ ଭିନ୍ନ ରଂଗ ରହିଛି। ସେହି ରଂଗଗୁଡ଼ିକ ବ୍ୟକ୍ତିକୁ ସକାରାତ୍ମକ ଭାବ ପ୍ରଦାନ କରିଥାନ୍ତି। ଦୀର୍ଘ ବର୍ଷ ଧରି ସୂର୍ଯ୍ୟ ପୂଜା କରୁଥିବା ବ୍ୟକ୍ତି ଅପେକ୍ଷାକୃତ ସାହସୀ ଓ ସକାରାତ୍ମକ ହୋଇଯାଆନ୍ତି।

ସମ୍ବନ୍ଧିତ ଖବର