ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ଏସବୁ ଭୁଲ କରନ୍ତୁ ନାହିଁ

ପ୍ରତିଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଅନେକଙ୍କର ଅଭ୍ୟାସ। ଏହାଫଳରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାଆନ୍ତି ଓ ମାନସିକ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ତେବେ କିଭଳି ସୂର୍ଯ୍ୟଙ୍କ ଜଳ ଅର୍ପଣ କରିବେ, ସେ ସଂପର୍କରେ ମଧ୍ୟ ଜାଣିବା ଉଚିତ।
ପ୍ରଥମତଃ ସୂର୍ଯ୍ୟୋଦୟର ଅଧା ଘଣ୍ଟା ଆଗରୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଭଲ। କୌଣସି ତମ୍ବା ପାତ୍ରରେ ସ୍ୱଚ୍ଛ ଜଳ ରଖି ସେଥିରେ ମହୁ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଭଲ। ସୂର୍ଯ୍ୟାର୍ଘ୍ୟ ପ୍ରଦାନ ବେଳେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ତିନି ଥର ‘ଓଁ ସୂର୍ଯ୍ୟାୟ ନମଃ’ ବୋଲି ଉଚ୍ଚାରଣ କରିବା ଉଚିତ।
ଏତଦ୍‌ବ୍ୟତୀତ ସୂର୍ଯ୍ୟାର୍ଘ୍ୟ ପ୍ରଦାନ କରିବା ପୂର୍ବରୁ ଆପଣ ସୂର୍ଯ୍ୟଙ୍କର ଅନ୍ୟ ମନ୍ତ୍ର ମଧ୍ୟ ଉଚ୍ଚାରଣ କରିପାରନ୍ତି। ସେହି ଶ୍ଲୋକଟି ହେଲା-
‘ଓଁ ସୂର୍ଯ୍ୟ ଦେବ ସହସ୍ରାଂଶୋ ତେଜରାଶେ ଜଗତ୍‌ପତେ
ଅନୁକମ୍ପୟ ମାଂ  ଭକ୍ତ୍ୟା ଗୃହଣାର୍ଘ୍ୟ ଦିବାକରଃ।’
ଏହି ଶ୍ଲୋକକୁ ୧୧ ଥର ଉଚ୍ଚାରଣ କରିବା ମଧ୍ୟ ଭଲ। ତେବେ ମନେ ରଖନ୍ତୁ ଯେତେବେଳେ ଆପଣ ଜଳାର୍ଘ୍ୟ ପ୍ରଦାନ କରୁଛନ୍ତି, ସେତେବେଳେ ଜଳ ଯେପରି ଆପଣଙ୍କ ପାଦରେ ନ ପଡେ, ସେଥିପ୍ରତି ଯଥେଷ୍ଟ ସତର୍କ ରୁହନ୍ତୁ।


ଯଦି ଆପଣ ଅସୁସ୍ଥ ଅଛନ୍ତି,ତେବେ ହାତକୁ ଧୋଇ ସେହି ଆଂଜୁଳାରେ ମଧ୍ୟ ଜଳ ସୂର୍ଯ୍ୟଙ୍କୁ ପ୍ରଦାନ କରିପାରନ୍ତି। ତେବେ ସେତେବେଳେ ସଫା କପଡ଼ା ପିନ୍ଧିବା ଦରକାର। ମୁହଁ ହାତ ଓ ଗୋଡକୁ ପରିଷ୍କାର କରିବା ଦରକାର।

ସମ୍ବନ୍ଧିତ ଖବର