ପାତ୍ରରେ ଜଳ ଏବଂ ଏସବୁ ସାମଗ୍ରୀ ସହ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନର ରହିଛି ବିଶେଷ ଗୁରୁତ୍ବ

ବ୍ରହ୍ମା,ବିଷ୍ଣୁ ଓ ମହେଶ ଆଦି ଦେବଗଣ ବିନା ସାଧନ ଓ ଭଗବତ୍‌ କୃପାର ପ୍ରତ୍ୟକ୍ଷ ଦର୍ଶନ ହେବା ସମ୍ଭବ ନୁହେଁ। ଶାସ୍ତ୍ରର ଆଜ୍ଞାନୁଯାୟୀ କେବଳ ଭାବନା ଦ୍ୱାରା ହିଁ ଧ୍ୟାନ ଓ ସମାଧି ଦ୍ୱାରା ଏହାର ଅନୁଭବ ହୋଇପାରେ। କିନ୍ତୁ ଭଗବାନ ସୂର୍ଯ୍ୟ ପ୍ରତିଦିନ ସମସ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇଥାଆନ୍ତି। ଏଥିପାଇଁ ସଂସାରର ପ୍ରତ୍ୟକ୍ଷ ଦେବତା ଭାବେ ଭଗବାନ ସୂର୍ଯ୍ୟଦେବ ସମସ୍ତଙ୍କର ପୂଜନୀୟ।

ବେଦ,ପୁରାଣ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ମାନଙ୍କରେ ପ୍ରତିଦିନ ସୂର୍ଯ୍ୟଙ୍କର ଆରାଧନା କରାଯିବାର ନିର୍ଦ୍ଦେଶ ରହିଛି। ସୂର୍ଯ୍ୟଙ୍କର ଆରାଧନା ପାଇଁ ପ୍ରଥମ ମନ୍ତ୍ର ହେଲା-ଓଁ ଧୃଣି ସୂର୍ଯ୍ୟ ଆଦିତ୍ୟ ଓଁ ଏବଂ ଦ୍ୱିତୀୟ ମନ୍ତ୍ର ହେଲା-ଓଁ ହ୍ଲୀଂ ଧୃଣି ସୂର୍ଯ୍ୟ ଆଦିତ୍ୟଃ ଶ୍ରୀଂ ହ୍ଲୀଂ ମହ୍ୟଂ ଲକ୍ଷ୍ମୀଂ ପ୍ରୟଚ୍ଛ’’।

photo–uttaranchal today

ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନର ବିଶେଷ ମହତ୍ତ୍ୱ ରହିଛି। ପାତ୍ରରେ ଜଳ,ଲାଲ ଚନ୍ଦନ,ଚାଉଳ ରକ୍ତପୁଷ୍ପ ଓ କୁଶାଦି ରଖି ସୂର୍ଯ୍ୟମନ୍ତ୍ରର ମନ୍ତ୍ର ହେଲା-ଓଁ ଏହି ସୂର୍ଯ୍ୟ ସହସ୍ରାଂଶୋ ତେଜରାଶୋ ଜଗତପତି ଅନୁକଂପୟମାଂ ଭକ୍ତ୍ୟା ଗୃହଣାର୍ଘ୍ୟ ଦିବାକର।’’ଅର୍ଘ୍ୟଦାନରେ ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ଆୟୁ,ଆରୋଗ୍ୟ,ଧନଧାନ୍ୟ,ଯଶ,ବିଦ୍ୟା,ସୌଭାଗ୍ୟ ଓ ମୁକ୍ତି ଇତ୍ୟାଦି ପ୍ରଦାନ କରିଥାନ୍ତି ବୋଲି ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର