ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖନ୍ତୁ ଏହି ୧୦ଟି ଖାସ୍‌ ନିୟମ ଉପରେ

ବେଦରେ କିଛି ଦେବାଦେବୀଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଇଛି,ଯେଉଁମାନଙ୍କ ମଧ୍ୟରେ କଳିଯୁଗର ସାକ୍ଷାତ୍‌ ଦେବତା ହେଉଛନ୍ତି ଭଗବାନ୍‌ ସୂର୍ଯ୍ୟଦେବ।ତେବେ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଆତ୍ମାର କାରକ ବୋଲି ମଧ୍ୟ କୁହାଯାଏ।ଅର୍ଥାତ୍‌ ସୂର୍ଯ୍ୟଙ୍କୁ ମଣିଷର ଆତ୍ମା ବୋଲି କୁହାଯାଇଥାଏ।ଏହି କାରଣକୁ ନେଇ ମନୁଷ୍ୟ ମଧ୍ୟରେ ଶକ୍ତି ଏବଂ ସକାରାତ୍ମକତା ଭାବକୁ ବୃଦ୍ଧି କରିବା ଲାଗି ଭଗବାନ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ।ଏଥିସହିତ ନିୟମିତ ମାତ୍ରାରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମଧ୍ୟ ବ୍ୟକ୍ତିଠାରେ ନେତୃତ୍ୱ ନେବାର କ୍ଷମତାରେ ବୃଦ୍ଧି ପାଇବା ସହିତ ତାହାଠାରେ ବଳ,ତେଜ,ପରାକ୍ରମ,ସମ୍ମାନ ଏବଂ ଉତ୍ସାହ ଆଦିରେ ବି ବୃଦ୍ଧିପାଇଥାଏ।ତେଣୁ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର କିଛି ଖାସ୍‌ ନିୟମ ବିଷୟରେ କହିବୁ,ଯାହାର ପାଳନ ସମସ୍ତଙ୍କୁ କରିବା ନିହାତି ଦରକାର ଅଟେ।
ଜାଣନ୍ତୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଭାବରେ ଧ୍ୟାନଦେବା ଦରକାର!…….

୧-ସର୍ବପ୍ରଥମେ ସ୍ନାନ କରିବା ପରେ ଆପଣଙ୍କୁ ଆସନ ଉପରେ ଛିଡ଼ା ହେବାକୁ ପଡ଼ିବ।
୨-ଏହାପରେ ଆସନ ଉପରେ ଛିଡ଼ା ହୋଇ ଆପଣଙ୍କୁ ତମ୍ବା ପାତ୍ରରେ ପବିତ୍ର ଜଳକୁ ଭରି ସେଥିରେ କିଛି ମାତ୍ରାରେ ମିଶ୍ରିକୁ ମିଶାଇବାକୁ ହେବ। ଏନେଇ ମାନ୍ୟତା ରହିଛି ଯେ,ସୂର୍ଯ୍ୟଦେବଙ୍କୁ ମିଠା ଜଳ ପ୍ରଦାନ କରିବା ଦ୍ୱାରା ବ୍ୟକ୍ତିର ମଙ୍ଗଳ ଦୋଷ ଦୂର ହୋଇଥାଏ।
୩-ଏଥିସହିତ ମଧ୍ୟ ସୂର୍ଯ୍ୟଙ୍କର ସକାଳର କିରଣ ବ୍ୟକ୍ତି ଲାଗି ଔଷଧ ଭଳି କାର୍ଯ୍ୟ କରିଥାଏ। ଏଣୁ ସୂର୍ଯ୍ୟଙ୍କୁ ଜଳଦାନ କରିବା ପୂର୍ବରୁ ତାଙ୍କ ସମ୍ମୁଖରେ ଅତି କମ୍‌ରେ ୫ ମିନିଟ୍‌ ହାତଯୋଡ଼ି ସିଧାଭାବରେ ଭଗବାନ ସୂର୍ଯ୍ୟଦେବଙ୍କୁ ଚାହିଁ ରୁହନ୍ତୁ , ଯାହାକି ଆପଣଙ୍କୁ ନିରୋଗୀ କରାଇଥାଏ।
୪-ତେବେ ଆପଣଙ୍କୁ ମନେ ରଖିବା ଦରକାର ଯେପରି ଆପଣ ଏଠାରେ ଭଗବାନ ସୂର୍ଯ୍ୟଦେବଙ୍କୁ ଧୀରେ ଧୀରେ ଜଳ ଅର୍ପଣ କରନ୍ତି ବୋଲି! ଏଥିସହିତ ସୂର୍ଯ୍ୟଦେବଙ୍କୁ ଚଢ଼ାଯାଇଥିବା ଜଳ ଯେପରି ଆପଣଙ୍କ ପାଦକୁ ସ୍ପର୍ଶ ନକରେ ସେଥିପ୍ରତି ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ।
୫-ସୂର୍ଯ୍ୟଦେବଙ୍କୁ ଚଢ଼ାଯାଇଥିବା ଜଳ ଭୂମି ଉପରେ ପଡ଼ିବା ଯୋଗୁଁ ଏହାର ସଂପୂର୍ଣ୍ଣ ଲାଭ ଆପଣଙ୍କୁ ମିଳି ନଥାଏ।ତେଣୁ ସୂର୍ଯ୍ୟଦେବଙ୍କୁ ଚଢ଼ାଯାଇଥିବା ଏହି ଜଳକୁ ଆପଣ କୌଣସି ଏକ ପାତ୍ରରେ ଏକତ୍ରିତ କରି ରଖନ୍ତୁ।

photo-onlineprasad.com

୬-ଏତଦ୍‌ବ୍ୟତୀତ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କୁ ମଧ୍ୟ ସୂର୍ଯ୍ୟଙ୍କର ମନ୍ତ୍ର -‘ଓମ୍‌ ହ୍ରିଂ ହ୍ରିଂ ସୂର୍ଯ୍ୟାୟ,ସହସ୍ତ୍ରକିରଣାୟ। ମନୋବାଂଛିତ ଫଳଂ ଦେହି ଦେହି ସ୍ୱାହା’ କୁ ୧୧ ବା ୨୧ଥର ଉଚ୍ଚାରଣ କରିବା ଦରକାର। ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।
୭-ଏଥିସହିତ ଜଳଅର୍ପଣ ସାରି ଆପଣ ସେହି ଜଳରୁ କିଛି ମାତ୍ରାର ଜଳ ବଳକା ରଖନ୍ତୁ ଏବଂ ଏହାକୁ ନେଇ ନିଜ ଚତୁଃପାର୍ଶ୍ୱରେ ଛିଞ୍ଚ ଦିଅନ୍ତୁ।
୮-ସୂର୍ଯ୍ୟଦେବଙ୍କୁ ଜଳଦାନ କରିବା ପରେ ଆପଣ ଆପଣଙ୍କ ଛିଡ଼ା ହୋଇଥିବା ସ୍ଥାନକୁ ତିନି ଥର ପରିକ୍ରମା କରନ୍ତୁ।
୯-ଆସନରୁ ଉଠି ଆପଣ ସେହି ସ୍ଥାନକୁ ନମସ୍କାର କରନ୍ତୁ ,ଯେଉଁଠିକି ଛିଡ଼ା ହୋଇ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ।
୧୦-ସର୍ବଶେଷରେ ପାତ୍ରରେ ଏକତ୍ରିତ ହୋଇଥିବା ଉକ୍ତ ଜଳକୁ ଆପଣ ଏକ ମାଟିରେ ଗଠିତ କୁଣ୍ଡରେ ଭରି ଦିଅନ୍ତୁ।

ସମ୍ବନ୍ଧିତ ଖବର