ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବୁଧବାର ନିଜର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ଦେଖି ଲୋକମାନେ ହସିହସି ବେଦମ୍ ହୋଇପଡ଼ୁଛନ୍ତି। ବୁଧବାର ପ୍ରତ୍ୟୁଷରୁ ସେୟାର କରାଯାଇଥିବା ଏହି ଭିଡିଓ ଏଯାବତ୍ ଲକ୍ଷ ଲୋକରୁ ଅଧିକ ଦେଖି ସାରିଲେଣି ଓ ୧୬୦୦ରୁ ଅଧିକ କମେଣ୍ଟ ମଧ୍ୟ ଆସିଛି। ସୁଶାନ୍ତଙ୍କ ପ୍ରଶଂସକ ଏହି ଭିଡିଓକୁ ଦେଖି କମେଣ୍ଟ କରି ତାଙ୍କର ଖୁବ୍ ତାରିଫ୍ କରୁଛନ୍ତି। ଖାସ୍ କଥା ହେଉଛି ସୁଶାନ୍ତ ବି ଏହି କମେଣ୍ଟର ରିପ୍ଲାଏ ବି ଦେଇଛନ୍ତି।
ଭିଡିଓର ସୁଶାନ୍ତ ରାଜପୁତ ଜଣେ ବୃଦ୍ଧା ମହିଳାଙ୍କୁ ‘ଆଇ ଲଭ୍ ୟୁ’ କହିବା କହୁଛନ୍ତି। ବୃଦ୍ଧା ମହିଳା ବି ହସିହସି ‘ଆଇ ଲଭ୍ ୟୁ’ କହୁଛନ୍ତି। ତେବେ ମଜା କଥା ହେଉଛି ବୃଦ୍ଧାଙ୍କ ଦାନ୍ତ ନଥିବା ହେତୁ ଶବ୍ଦଗୁଡ଼ିକ ସଠିକ ଭାବେ ଉଚ୍ଚାରଣ ହେଉନାହିଁ। ଫଳରେ ବୃଦ୍ଧାଙ୍କ ‘ଆଇ ଲଭ୍ ୟୁ’ କହିବାର ଅନ୍ଦାଜ ଖୁବ୍ ଶୁଣିବାକୁ ବେଶ୍ ମଜାଦାର ହୋଇଛି। ବୃଦ୍ଧାଙ୍କ ଆୟୁ ଲଭ୍ ୟୁ କହିବାର ଏହି ଅନ୍ଦାଜ ଲୋକମାନଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥିବା କଥା କୁହାଯାଇଛି।