ଏକ ଗବେଷଣା ଅନୁଯାୟୀ ମହିଳାମାନଙ୍କ ମସ୍ତିଷ୍କ ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ୨ ବର୍ଷ ପୂର୍ବରୁ ପରିପକ୍ବ ହୋଇଯାଏ। ବାଲ୍ୟ ଓ କୈଶୋର ଅବସ୍ଥାରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ମାନସିକ ପରିପକ୍ବତା ଶୀଘ୍ର ଆସିଥାଏ। ଏହି କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାଶୀଳ ଏବଂ ଅତ୍ୟଧିକ ଭାବପ୍ରବଣ ହୋଇଯା’ନ୍ତି।
Advertisment
 ମହିଳାମାନେ ପୁରୁଷଙ୍କ ତୁଳନାରେ ୨-୫ ବର୍ଷ ଅଧିକ ବଞ୍ଚନ୍ତି।
 ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨୦% ଅଧିକ ରଙ୍ଗ ଦେଖନ୍ତି।
 ସର୍ବଭାରତୀୟ ସ୍ତରରେ, ଲିଙ୍ଗଗତ ଅନୁପାତ ଅନୁସାରେ ପ୍ରତି ୧୦୫ ପୁଅରେ ପ୍ରାୟ ୧୦୦ ଝିଅ ଜନ୍ମ ହୁଅନ୍ତି। ଏହି ଅନୁପାତ ଏସିଆ ଏବଂ ଉତ୍ତର ଆଫ୍ରିକାରେ ଅଧିକ ଖରାପ।
 ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ କଥାବାର୍ତ୍ତା କରନ୍ତି। ବାସ୍ତବରେ ସେମାନେ ପୁରୁଷଙ୍କ ତୁଳନାରେ ଦିନକୁ ହାରାହାରି ୧୩,୦୦୦ ଶବ୍ଦ ଅଧିକ କୁହନ୍ତି।
 ମହିଳାମାନେ ହାରାହାରି ପ୍ରାୟ ୪୭ ଘଣ୍ଟା ୧୫ ମିନିଟ୍ ଧରି ଗୋଟେ କଥାକୁ ଗୁପ୍ତ ରଖିପାରନ୍ତି।
 ଆଜି କ’ଣ ପିନ୍ଧିବେ ତାହା ସ୍ଥିର କରିବାକୁ ମହିଳାମାନେ ପାଖାପାଖି ଗୋଟେ ବର୍ଷ ସମୟ ଖର୍ଚ୍ଚ କରନ୍ତି।
 ନିଜ ଜୀବନକାଳ ମଧ୍ୟରେ ଜଣେ ସାଧାରଣ ମହିଳା ପ୍ରାୟ ୪ ପାଉଣ୍ଡ (୧.୮ କିଲୋ) ଲିପ୍‌ଷ୍ଟିକ୍‌ ଖାଇଥାଏ।
 ପୁରୁଷଙ୍କ ତୁଳନାରେ ମହିଳାମାନେ ଜିନିଷ କିଣିବା ବେଳେ ଅଧିକ ମୂଲଚାଲ କରନ୍ତି।
 ପ୍ରାଚୀନ ଗ୍ରୀସ୍ ସମୟରେ ମହିଳାମାନେ ଗଛର ବିଭିନ୍ନ ଉତ୍ପାଦ ଓ ଆର୍ସେନିକ୍ ବ୍ୟବହାର କରି କେଶର ରଙ୍ଗକୁ ହାଲୁକା କରୁଥିଲେ।
 ନୋବେଲ୍‌ ପୁରସ୍କାର ତଥ୍ୟ ଅନୁସାରେ, ୧୯୦୧ରୁ ୨୦୨୨ ପର୍ଯ୍ୟନ୍ତ ୬୧ ଜଣ ମହିଳା ନୋବେଲ ପୁରସ୍କାର ପାଇଛନ୍ତି। କେବଳ ଜଣେ ମହିଳା ମାରି କ୍ୟୁରି ପଦାର୍ଥ ବିଜ୍ଞାନରେ ୧୯୦୩ରେ ଏବଂ ରସାୟନ ବିଜ୍ଞାନରେ ୧୯୧୧ରେ ଦୁଇଥର ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
 ଏକ ଗବେଷଣାରୁ ଜଣାଯାଇଛି, ମହିଳାମାନଙ୍କର ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ହୃଦ୍‌ଘାତ ଭଳି ପୀଡ଼ାଦାୟକ ହୋଇପାରେ। ଏହାକୁ ଡିସ୍‌ମେନୋରିଆ କୁହାଯାଏ, ଯେଉଁଥିରେ ପ୍ରତି ମାସରେ ଲକ୍ଷ ଲକ୍ଷ ମହିଳା ପୀଡ଼ିତ ହୋଇଥାନ୍ତି।
 ସମଗ୍ର ବିଶ୍ବରେ ପ୍ରତି ୯୦ ସେକେଣ୍ଡ୍‌ରେ ଜଣେ ମହିଳା ଗର୍ଭଧାରଣ ସମୟରେ କିମ୍ବା ପ୍ରସବ ସମୟରେ ମୃତ୍ୟୁମୁଖରେ ପଡ଼ିଥା’ନ୍ତି ଏବଂ ପ୍ରସବ ସମୟର ଯନ୍ତ୍ରଣା ମଣିଷର ହାଡ଼ ଭାଙ୍ଗିବା ଯନ୍ତ୍ରଣା ସହ ପ୍ରାୟ ସମାନ।