ସମୟ ଭିନ୍ନ, ସମାଜ ଭିନ୍ନ, ଚରିତ୍ର ଭିନ୍ନ। ଏଣୁ ଚିନ୍ତାଧାରା ବି ଏକା ନୁହେଁ। କିନ୍ତୁ ଗୋଟିଏ ବିନ୍ଦୁରେ ଆମେ ସେମାନଙ୍କୁ ଯୋଡ଼ି ପାରିବା। ପ୍ରାପ୍ତି ବା ସଫଳତା ସେମାନଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିପାରିଛି। ଲୌହମାନବୀ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର ହୁଅନ୍ତୁ ବା ଭାରତୀୟ ହିନ୍ଦୀ ସିନେମାର ଲୋକପ୍ରିୟ ନାୟିକା ଶର୍ମିଲା ଟାଗୋର ହୁଅନ୍ତୁ କିମ୍ବା ଲିଙ୍ଗଗତ ଅସମାନତା ବିରୋଧରେ ଆଲୋକଶିଖା ପରି ନିଜକୁ ଦୀପ୍ତିମତୀ କରିପାରିଥିବା ଦୀପା ସାହୁ... ଜୀବନକୁ ନେଇ ସେମାନଙ୍କ ସକାରାତ୍ମକ ମାନସିକତା ଏସପ୍ତାହର

Advertisment

ଭାରତରେ ମହିଳାମାନେ ଅଧିକ ଅପପୁଷ୍ଟିର ଶିକାର ହୁଅନ୍ତି ବା ସେମାନଙ୍କ ପୋଷଣହାର ନଗଣ୍ୟ।
ଜନ୍ମ ସମୟରେ ଜଣେ ଶିଶୁକନ୍ୟାର ଓଜନ ଶିଶୁପୁତ୍ରଠାରୁ ଆପାତତଃ କମ୍ ହୋଇଥାଏ।
ୟୁନିସେଫ୍‌ର ଏକ ରିପୋର୍ଟ ଅନୁସାରେ, ଦକ୍ଷିଣ ଏସିଆର ଝିଅ ଓ ମହିଳାମାନେ ସାଧାରଣତଃ ସେମାନଙ୍କ ପରିବାର, ସ୍ବାମୀ ଓ ସମାଜଠାରୁ ଉତ୍ତମ ଯତ୍ନ ପାଇପାରନ୍ତି ନାହିଁ।
ଛୋଟ ଝିଅମାନେ ସାଧାରଣତଃ ପୁଅମାନଙ୍କ ଅପେକ୍ଷା ଦୁଇମାସ କମ୍ ସ୍ତନ୍ୟପାନ କରନ୍ତି ଅର୍ଥାତ (ପୁଅ-୨୫.୩ ମାସ, ଝିଅ-୨୩.୬ ମାସ)। କାରଣ ଝିଅ ଜନ୍ମ ଦେଇଥିବା ମାଆମାନେ ପୁଅ ଆଶାରେ ପୁଣିଥରେ ଗର୍ଭଧାରଣ ପାଇଁ ଚେଷ୍ଟା କରନ୍ତି।
ଭାରତରେ ପ୍ରସବଜନିତ ମାତୃ ମୃତ୍ୟୁହାର ସବୁଠାରୁ ଅଧିକ। ପ୍ରତି ୩୭ ଜଣରେ ଜଣେ ମହିଳାଙ୍କର ମୃତ୍ୟୁ ହେଉଛି (ନେପାଳରେ ୧୦ ଜଣରେ ଜଣେ ଏବଂ ଶ୍ରୀଲଙ୍କାରେ ୨୩୦ରେ ଜଣେ)।
ପ୍ରତି ପାଞ୍ଚ ମିନିଟ୍‌ରେ ଜଣେ ଭାରତୀୟ ମହିଳା ପ୍ରସବ ସମୟରେ ମୃତ୍ୟୁ ବରଣ କରନ୍ତି। ହାରାହାରି ବର୍ଷକୁ ୧୦୦,୦୦୦ ମହିଳାଙ୍କ ମୃତ୍ୟୁ ହେଉଛି ।
ଅଧିକାଂଶ ମୃତ୍ୟୁର କାରଣ ହେଉଛି ଅନେକ ମହିଳା ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନେ ଡାକ୍ତରଖାନାରେ ପ୍ରସବ ନ କରାଇ ଘରେ ପ୍ରସବ କରିବା ଏବଂ ଅତ୍ୟଧିକ ରକ୍ତସ୍ରାବ, ଏକ୍ଲାମପ୍‌ସିଆ ଏବଂ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ସ୍ବାସ୍ଥ୍ୟହାନି।
ପ୍ରସବ ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ପାଇଁ ଭାରତ ଓ ରାଜ୍ୟ ସରକାର ଗର୍ଭବତୀ ମହିଳାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।
ଭାରତରେ ମହିଳା ସାକ୍ଷରତା ହାର ପୁରୁଷଙ୍କ ତୁଳନାରେ ବହୁତ କମ୍। ପ୍ରାୟ ୫୦%। କେତେକ ସ୍ଥାନରେ ଏହା ପ୍ରାୟ ୮୦%ରୁ ଅଧିକ। ଏକ ସର୍ଭେ ଆଧାରରେ ମହିଳାମାନେ ଶିକ୍ଷାଗ୍ରହଣ କରିବାକୁ ଅତ୍ୟନ୍ତ ଆଗ୍ରହୀ। କିନ୍ତୁ ପାରିବାରିକ ଚାପ, ନିମ୍ନ ମଧ୍ୟବିତ୍ତ ଜୀବନ ପାଇଁ ଏସବୁ ଅସମ୍ଭବ।
ଏବେବି ଅନେକ ଜାଗାରେ ଝିଅ ଓ ନିମ୍ନ ଜାତିର ଲୋକଙ୍କ ପାଇଁ ପାରମ୍ପରିକ ଭାବେ ଶିକ୍ଷାକୁ କମ୍ ପ୍ରାଥମିକତା ଦିଆଯାଉଛି।
ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଝିଅମାନଙ୍କୁ ଶିକ୍ଷା ଦେବା କଥା ଚିନ୍ତା କରାଯାଇ ପାରୁ ନଥିଲା। ଝିଅମାନଙ୍କୁ କମ ବୟସରୁ ବିବାହ କରି ସନ୍ତାନ ଜନ୍ମ ଓ ଘରକାମ କରିବାକୁ ପ୍ରାଥମିକତା ଦିଆଯାଉଥିଲା। ବିଂଶ ଶତାବ୍ଦୀ ପରେ ମଧ୍ୟ କିଛି ଲୋକ ଏହାକୁ ବିରୋଧ କରୁଥିଲେ। କାରଣ ସେମାନେ ଭାବୁଥିଲେ ଯେ ଶିକ୍ଷା ମହିଳାମାନଙ୍କୁ ସନ୍ତାନ ଜନ୍ମ କରିବାରେ ପ୍ରତିବନ୍ଧକ ହେବ।
୧୯୦୧ ମସିହାରେ ସମଗ୍ର ବଙ୍ଗଳାରେ ମାତ୍ର ୧,୧୭୦ ଜଣ ଛାତ୍ରୀ ଥିଲେ। ଯେଉଁଥିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
ଏକ ସର୍ଭେ ଅନୁସାରେ ଏବେ ବି କିଛି ମହିଳା ହିସାବ ରଖିବା ପରି ଅତି ସରଳ କାର୍ଯ୍ୟ କରିବାକୁ ଅସମର୍ଥ। ଏଥିପାଇଁ ସେମାନେ ସେମାନଙ୍କର ଶିକ୍ଷାଗତ ଅସାମର୍ଥ୍ୟକୁ ଦାୟୀ କରନ୍ତି।