ସୁଜୁକି ପକ୍ଷରୁ ଆକ୍ସେସ୍ର ନୂଆ ଟିଏଫ୍ଟି ଏଡିସନ୍ ବଜାରରେ ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧.୫ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୪ େଷ୍ଟ୍ରାକ୍ ସିଙ୍ଗଲ୍ ସିଲିଣ୍ଡର୍ ଏୟାର୍କୁଲ୍ଡ ଇଂଜିନ୍ ସହିତ ୫.୩ ଲିଟର୍ର ତେଲଟାଙ୍କି ଧାରଣ କ୍ଷମତା ରହିଛି। ଏହା ଉଭୟ କିକ୍ ଓ ଇଲେକ୍ଟ୍ରିକ୍ ମୋଡ୍ରେ ଷ୍ଟାର୍ଟ ହୋଇପାରିବ। ଏହାର ଓଜନ ରହିଛି ୧୦୫ କିଲୋଗ୍ରାମ୍।
ଏଥିରେ କଲ୍ର୍ଡ ଥିନ୍-ଫିଲ୍ମ ଟ୍ରାନ୍ଜିଷ୍ଟର୍ (ଟିଏଫ୍ଟି) ଡିଜିଟାଲ୍ କନ୍ସୋଲ୍, ଅପ୍ଟିମାଇଜ୍ଡ ସିଭିଟି ସେଟିଂ, ଫୁଏଲ୍ ଇନ୍ଜେକ୍ସନ୍ ସିଷ୍ଟମ୍ ଆଣ୍ଡ ଅପ୍ଟିମାଇଜ୍ଡ ଇନ୍ଟେକ୍ ଭେଲ୍ଭ ସେପ୍, ଏସ୍ଇପି ଟେକ୍ନୋଲୋଜି, ଡୁଆଲ୍ ଫ୍ରଣ୍ଟ୍ ୟୁଟିଲିଟି ପକେଟ୍, ସାଇଡ୍ ଷ୍ଟାଣ୍ଡ୍ ଇଣ୍ଟର୍ଲକ୍, ପରି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହା ପର୍ଲ ମ୍ୟାଟ୍ ଆକ୍ବା ସିଲ୍ଭର୍, ମେଟାଲିକ୍ ମ୍ୟାଟ୍ ବ୍ଲାକ ନଂ.୨, ମେଟାଲିକ୍ ମ୍ୟାଟ୍ ଷ୍ଟେଲାର୍ ବ୍ଲୁ, ପର୍ଲ ଗ୍ରେସ୍ ହ୍ବାଇଟ୍ ଓ ସଲିଡ୍ ଆଇସ୍ ଗ୍ରିନ୍ ପରି ପାଞ୍ଚଟି ରଙ୍ଗରେ ଉପଲବ୍ଧ।