ଏଇ ନିକଟରେ ସୁଜୁକି ନିଜର ଇଲେକ୍ଟ୍ରିକ୍‌ ସେଗ୍‌ମେଣ୍ଟରେ ନୂଆ ଇ-ଆକ୍ସେସ୍‌ ସ୍କୁଟର୍‌କୁ ଲଞ୍ଚ୍ କରିଛି। ଯଦିଓ ଏହାର ଡେଲିଭରି ତାରିଖ କମ୍ପାନି ପକ୍ଷରୁ ଜଣାଯାଇ ନାହିଁ, କିନ୍ତୁ ସ୍କୁଟର୍‌ର ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଇ-ଆକ୍ସେସ୍‌ର ପ୍ରାରମ୍ଭିକ ମୂଲ୍ୟ ୧,୯୧,୭୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୭ ବର୍ଷ ବା ୮୦,୦୦୦ କି.ମି. ପର୍ଯ୍ୟନ୍ତ ବର୍ଦ୍ଧିତ (ଏକ୍ସ‌ଟେଣ୍ଡେଡ୍‌) ୱାରେଣ୍ଟି ମାଗଣା ମିଳିବ। ଏହାଛଡ଼ା ସୁୁଜୁକି ଗ୍ରାହକମାନଙ୍କ ପାଇଁ ସ୍କୁଟର୍‌ ଉପରେ ୧୦ ହଜାର ଟଙ୍କା ଏବଂ ଅଣ-ସୁଜୁକି ଗ୍ରାହକଙ୍କ ପାଇଁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

Advertisment

Pongal: ପୋଙ୍ଗଲ ପାଇଁ ଉତ୍ସବମୁଖର ନବରଙ୍ଗପୁର

ଏଥିରେ ୪.୧କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ରହିଛି, ଯାହା ୧୫ଏନ୍‌ଏମ୍‌ ଟର୍କ ଜେନେରେଟ୍‌ କରିବାକୁ ସକ୍ଷମ। ଏଥିରେ ଇକୋ, ରାଇଡ୍‌ ଏ ଓ ରାଇଡ୍‌ ବି ପରି ତିନିଟି ରାଇଡିଂ ମୋଡ୍‌ ରହିଛି। ଗାଡ଼ିରେ ୩.୦୭ କିଲୋୱାଟ୍‌ଆୱାର୍‌ର ଲିଥିୟମ୍ ଆଇରନ୍‌ ଫସ୍‌ଫେଟ୍‌ (ଏଲ୍‌ଏଫ୍‌ପି) ବ୍ୟାଟେରି ଥରେ ଫୁଲ୍‌ ଚାର୍ଜ କଲେ ୯୫ କିଲୋମିଟର୍‌ ରେଞ୍ଜ ଓ ୭୧ କିଲୋମିଟର୍‌ ପ୍ରତି ଘଣ୍ଟାର ଟପ୍‌ ସ୍ପିଡ୍‌ ଦେଇଥାଏ। ତେବେ ସାରା ଦେଶରେ ସୁଜୁକିର ୨୪୦ଟିରୁ ଅଧିକ ଡିସି ଫାଷ୍ଟ ଚାର୍ଜର୍‌ ଉପଲବ୍ଧ ଏବଂ ଆଗକୁ ପର୍ଯ୍ୟାୟ ଅନୁସାରେ ଏହି ସଂଖ୍ୟା ବଢ଼ାଯିବ ବୋଲି କମ୍ପାନି କହିଛି।

Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା