ନିଜ ଉପରେ ଭରସା ରଖୁନଥିବା ବ୍ୟକ୍ତି ପାଇଁ ଭଗବାନ ସତ୍ତାହୀନ, ଜାଣନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର କିଛି ପ୍ରେରଣାଦାୟୀ ବାଣୀ
ବେଳେବେଳେ ବ୍ୟକ୍ତି ଠିକ୍ ଭୁଲ୍ ଭିତରର ଫରକ ଜାଣିପାରିଥିଲେ ମଧ୍ୟ ସହଜରେ ନିର୍ଣ୍ଣୟ ନେଇ ପାରିନଥାନ୍ତି। ମନ ଓ ବିବେକ୍ ଯୁଦ୍ଧରେ କାହାକୁ ସମର୍ଥନ କରିବେ ଏ ନେଇ ସୃଷ୍ଟି ହୋଇଥାଏ ଏକ ବିଷମ ଦ୍ୱନ୍ଦ୍ୱ। ମାତ୍ର ନିମ୍ନରେ ସ୍ୱାମୀ ବିବେକାନନ୍ଦଙ୍କର କିଛି ମୂଲ୍ୟବାନ ବାଣୀ ଉଲ୍ଲେଖ କରାଯାଇଛି। ଯାହାକୁ ପଢ଼ିିବା ପରେ ଆପଣ ସହଜରେ ନେଇପାରିବେ ବଡ଼ ବଡ଼ ନିଷ୍ପତ୍ତି।
-ନିଜେ ନିଜର ସାମର୍ଥ୍ୟ ବଢ଼ାଇବାକୁ ହେବ। ଆମ ସାମର୍ଥ୍ୟ ବଢ଼ାଇବା ପାଇଁ ଦୁନିଆର କୌଣସି ଶିକ୍ଷକ ସମର୍ଥ ହେବେ ନାହିଁ; ଯେପର୍ଯ୍ୟନ୍ତ ଆମେ ନିଜେ ନିଜର ଅନ୍ତର କଥା ଶୁଣି ଚେଷ୍ଟା ନ କରିଛେ। ନିଜର ଆତ୍ମା ହିଁ ବ୍ୟକ୍ତିର ପ୍ରଥମ ଗୁରୁ।
-ମତ୍ସିଷ୍କ ଆଉ ହୃଦୟ ଭିତରେ ଲାଗିଥିବା ଯୁଦ୍ଧରେ ହୃଦୟକୁ ସମର୍ଥନ କରିବା ଉଚିତ୍।
-ଜଣେ ନାୟକ ପରି ବଞ୍ଚିବା; ଭୟକୁ ବହୁ ଦୂରକୁ ଫିଙ୍ଗି ଦେବା।
-ଉଠିବା, ଚାଲିବା ଓ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକିବା ନାହିଁ।
-ବିଶ୍ୱର ସମସ୍ତ ଶକ୍ତି ଆମ ନିଜସ୍ୱ। ଆମେ ନିଜ ଆଖିରେ ନିଜେ ହାତ ରଖି ଅନ୍ଧାର ବୋଲି କହି କାନ୍ଦି ଥାଉ; ଆଖି ଖୋଲ, ଏ ଆଲୋକ ଆମର।
-ଯେପର୍ଯ୍ୟନ୍ତ ଆମେ ନିଜ ଉପରେ ଭରସା କରିପାରିନେ; ମନେରଖ ସେପର୍ଯ୍ୟନ୍ତ ଭଗବାନ ସତ୍ତାହୀନ।