ସ୍ୱାମୀ ବିବେକାନନ୍ଦଙ୍କର ଥିଲା ଆଶ୍ଚର୍ଯ୍ୟଜନକ ସ୍ମୃତିଶକ୍ତି, ଏହାର ରହସ୍ୟ କଣ ଜାଣନ୍ତୁ

ସ୍ୱାମୀ ବିବେକାନନ୍ଦ ଆଧୁନିକ ସମୟରେ ଜଣେ ଅତ୍ୟନ୍ତ ବିଲକ୍ଷଣ ଦାର୍ଶନିକ, ସନ୍ୟାସୀ ଭାବେ ଜଣାଶୁଣା । ସେ ଥିଲେ ରହସ୍ୟମୟ ତଥା ସିଦ୍ଧ ସାଧୁ ରାମକୃଷ୍ଣ ପରମହଂସଙ୍କ ପ୍ରିୟ ଶିଷ୍ୟ । ସାରା ବିଶ୍ୱରେ ଭାରତୀୟ ସନାତନୀ ପରମ୍ପରାକୁ ପରିଚିତ କରାଇବାରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଥିଲା । ତେବେ ନିଜର ଅଦ୍ଭୁତ ସ୍ମୃତି ଶକ୍ତି ପାଇଁ ମଧ୍ୟ ସେ ପରିଚିତ ଥିଲେ । କୁହାଯାଏ ସେ ମୋଟା ପୁସ୍ତକକୁ ମାତ୍ର କିଛି ସମୟ ମଧ୍ୟ ପଢି ମନେରଖିପାରୁଥିଲେ । ଥରେ ସେ ରହୁଥିବା ହାଓ୍ଵଡାର ବେଲୁର ମଠରେ ଜଣେ ଶିଷ୍ୟ ଏକ ଏନସାଇକ୍ଲୋପେଡିଆ ବ୍ରିଟାନିକା ନେଇ ଆସିଲା । ଏଡେ ବଡ଼ ପୁସ୍ତକ ଦେଖି ଆଉ ଜଣେ ଶିଷ୍ୟ କହିଲା ଯେ ଜଣେ ନିଜର ସାରାଜୀବନରେ ମଧ୍ୟ ଏହାକୁ ପଢିସାରି ପାରିବ ନାହିଁ । କିନ୍ତୁ କିଛି ସମୟ ପରେ ସେ ଜାଣି ଆଶ୍ଚର୍ଯ୍ୟ ହେଲା ଯେ ସ୍ୱାମୀଜୀ ଏହାର ପ୍ରାୟ ୧୦ଟି ଭଲ୍ୟୁମ ପଢିସାରିଲେଣି । ସ୍ୱାମୀଜୀ ମଧ୍ୟ ଏହି ପୁସ୍ତକରେ କେଉଁଠି କଣ ଲେଖା ଅଛି ତାହାକୁ ଅବିକଳ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଉ ଏକ ଘଟଣାରେ ଥରେ ସ୍ୱାମୀଜୀ ମିରଟରେ ଥିବାବେଳେ ସ୍ଥାନୀୟ ପାଠାଗାରରୁ ପ୍ରତିଦିନ ପୁସ୍ତକ ଆଣି ତାପରଦିନ ଫେରାଇ ଦିଅନ୍ତି । ଏହା ଦେଖି ଲାଇବ୍ରେରିଆନ କହିଲେ ଯେ ସେ କେବଳ ବହିଗୁଡ଼ିକୁ ନେଉଛନ୍ତି, କିନ୍ତୁ ପଢୁନାହାନ୍ତି । କିନ୍ତୁ ସ୍ୱାମୀଜୀ ଏହି ବହିଗୁଡ଼ିକୁ ସଂପୂର୍ଣ୍ଣ ଭାବେ ପଢିସାରିଥିବା ଜାଣି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଓ କହିଲେ ଯେ କେବଳ ଇଶ୍ୱରଦତ୍ତ ପ୍ରତିଭା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ସ୍ୱାମୀ ବିବେକାନନ୍ଦ କହିଲେ ଯେ ଏକାଗ୍ରତା, ବ୍ରହ୍ମଚର୍ଯ୍ୟ ମାଧ୍ୟମରେ ହିଁ ଏହା ସମ୍ଭବ । ବ୍ରହ୍ମଚର୍ଯ୍ୟ ମାଧ୍ୟମରେ ହିଁ ମଣିଷ ନିଜ ମସ୍ତିଷ୍କ ଓ ଚେତନାର ସର୍ବୋତ୍ତମ ଉପଯୋଗ କରିପାରିବ ।

ସମ୍ବନ୍ଧିତ ଖବର