ଜାରି ରହିଛି ଶୀତ ଲହରି, ଥଣ୍ଡା ଲାଗୁଥିଲେ ହିମାଳୟରେ ରହୁଥିବା ଏହି ବାବାଙ୍କ ଏହି ଭିଡିଓ ଦେଖନ୍ତୁ !

ଚାରିଆଡେ ଏବେ ଶୀତ ଲହରି ଜାରି ରହିଛି। ଶୀତରୁ ରକ୍ଷା ପାଇବା ପାଇଁ କେହି ଘରେ ରୁମ୍‌ ହିଟର୍‌ ଲଗାଉଛନ୍ତି ତ ଆଉ କିଏ ଶୁଖିଲା କାଠିକୁଟା ଜାଳି ନିଆ ପିଉଁଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ବାବାଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବାବାଙ୍କ ସ୍ନାନ ଦୃଶ୍ୟ ଦେଖି ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠୁଛି।

ଭିଡଓରେ ଦେଖିବାକୁ ମିଳୁଛି, ହିମାଳୟରେ ବସବାସ କରୁଥିବା ଜଣେ ବାବା ଏକ ପାତ୍ର ଧରି ବରଫ ଜମିଥିବା ସ୍ଥାନକୁ ଯାଉଛନ୍ତି। ଏହାପରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବରଫକୁ ଫୁଟାଇବାକୁ ଚେଷ୍ଟା କରୁଛନ୍ତି। ଏହି ଦୃଶ୍ୟ ଦେଖି ଆପଣ ଭାବୁଥାଇ ପାରନ୍ତି, ଏତେ ଥଣ୍ଡାରେ ବାବା ଜଣକ ବରଫ ଭାଙ୍ଗିବାକୁ କାହିଁକି ଚେଷ୍ଟା କରୁଛନ୍ତି। ତେବେ ବାବା ଜଣକ ବରଫ ଫୁଟାଇବା ପରେ ତଳେ ଥିବା ପାଣିକୁ ଏକ ପାତ୍ର ସାହାଯ୍ୟରେ ଆଣି ନିଜ କେଶ ଧୋଉଛନ୍ତି। ଏବଂ ହାତଗୋଡ ଖସି ସ୍ନାନ ବି କରୁଛନ୍ତି। ଏତେ ଥଣ୍ଡା ବାବାଙ୍କ ବରଫ ପାଣିରେ ସ୍ନାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର