ସ୍ୱାସ୍ଥ୍ୟ ସମ୍ବାଦ : ନୂଆ ଷ୍ଟ୍ରେନ୍ ଆତଙ୍କର କାରଣ ନୁହେଁ, କିନ୍ତୁ ସତର୍କତା ଜରୁରି

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

ବ୍ରିଟେନ୍‌ ଓ କେତୋଟି ୟୁରୋପୀୟ ଦେଶରେ କରୋନା ବ୍ୟାପିବା ପରେ ଲୋକମାନେ ନୂଆ ଷ୍ଟ୍ରେନ୍‌ ବିଷୟରେ କେତେ ପ୍ରକାର ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଛନ୍ତି। ଷ୍ଟ୍ରେନ୍‌ କହିଲେ ଭୂତାଣୁର ଆଭ୍ୟନ୍ତରୀଣ ଅ˚ଶର ଜିନୋମ୍‌ରେ ଥିବା ବିଭିନ୍ନ ପ୍ରକାର ପ୍ରୋଟିନ୍‌କୁ ବୁଝାଏ। ଲୋକମାନଙ୍କ ମନରେ ଯେଉଁ ଭୟ ଦେଖାଯାଉଛି ଯେ, ନୂଆ ଷ୍ଟ୍ରେନ୍‌ ବା ବ୍ରିଟେନ ଷ୍ଟ୍ରେନ୍‌ କରୋନା ଭୂତାଣୁର ସ˚କ୍ରମଣରେ ଶୋଚନୀୟ ଲକ୍ଷଣ ଦେଖାଉଛି, ତାହା ଠିକ୍‌ ନୁହେଁ। ଯାହା କୁହାଯାଉଛି ଯେ, ନୂଆ ଷ୍ଟ୍ରେନ୍‌ ଭୂତାଣୁ ସ˚କ୍ରମଣ ବହୁ ଦ୍ରୁତ ଗତିରେ ବ୍ୟାପିଥାଏ, ତାହା ବି ଠିକ୍‌ ନୁହେଁ।

କିଛିଦିନ ତଳେ କେତୋଟି ୟୁରୋପୀୟ ଦେଶମାନଙ୍କରେ ସ˚କ୍ରମଣ କମିଗଲାରୁ ସେମାନେ ବହୁତ ଢିଲା ହୋଇଗଲେ। ହୋଟେଲ, ରେଷ୍ଟୁରାଣ୍ଟ, ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ, କଳାକାରଖାନା ଓ କାର୍ଯ୍ୟାଳୟଗୁଡ଼ିକ ପୂର୍ବଭଳି ଚାଲିଲା। ଯେଉଁ ତିନୋଟି ସତର୍କତା ବିଷୟରେ ବାରମ୍ବାର କୁହାଯାଉଛି, ସେଗୁଡ଼ିକ ଲୋକ ମାନିଲେ ନାହିଁ। ଗତିଶୀଳ ସମାଜ ଯୋଗୁଁ ସେମାନେ ଜୀବିକା ଉପରେ ବେଶି ଧ୍ୟାନ ଦେଲେ। ତେଣୁ ଅଳ୍ପ ଦିନ ମଧ୍ୟରେ ବହୁ ପରିମାଣର ରୋଗୀ ଦେଖାଦେଲେ। ସେଠାରେ କରୋନା ସ˚କ୍ରମଣର ଗତି ସେମିତି କିଛି ମପାଯାଇନାହିଁ। ଏକ ପରିସ˚ଖ୍ୟାନରୁ ଜଣାପଡ଼ିଛି ଯେ, ଏଥିରେ ବି‌ଶେଷ କିଛି ପୂର୍ବ ଲକ୍ଷଣର ପରିବର୍ତ୍ତନ ହେଉ ନାହିଁ ବା ମୃତ୍ୟୁ ସ˚ଖ୍ୟା ମଧ୍ୟ ଅଧିକ ନୁହେଁ।

ପ୍ରତ୍ୟେକ ଭୂତାଣୁ ବା ଜୀବାଣୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଜର ଆଭ୍ୟନ୍ତରୀଣ ପ୍ରୋଟିନ୍‌ ବା ଜିନମ୍‌କୁ ବଦଳାଇଥାଆନ୍ତି। ଯାହାକୁ ମ୍ୟୁଟେସନ୍‌ କୁହାଯାଏ। କରୋନା ଭାଇରସ୍‌ ମାସକୁ ଦୁଇଥର ମ୍ୟୁଟେସନ୍‌ କରିଥାଏ ବୋଲି ଜଣାପଡ଼ିଛି। ଆମ ଦେଶରେ ହେଉଥିବା ଆର‌୍‌ଟି ପିସିଆର‌୍‌ ପରୀକ୍ଷା ପାଇଁ ଯେଉଁ କିଟ୍‌ ବ୍ୟବହାର କରାଯାଏ, ତାହା ମ୍ୟୁଟେସନ୍‌ ଷ୍ଟ୍ରେନ୍‌ଦ୍ବାରା ପରୀକ୍ଷା କରାଯାଇପାରିବ। ପ୍ରତ୍ୟେକ କରୋନା ଭାଇରସ୍‌ର ବିଭିନ୍ନ ପ୍ରକାରର ଜିନ୍‌ ରହିଛି। ଆମ ଦେଶରେ ବିିଭିନ୍ନ ସମୟରେ ଜିନମ୍‌ ସର୍ଭିଲାନ୍ସ ଚାଲିଛି ଓ ରାଜ୍ୟରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ବ୍ୟକ୍ତିଙ୍କର ସାମ୍ପୁଲ ପୁନାସ୍ଥିତ ଭୂତାଣୁ ପ୍ରତିଷ୍ଠାନକୁ ପଠାଯାଉଛି। ଜିନମ୍‌ ସର୍ଭିଲାନ୍ସରୁ ଜଣାପଡ଼ିବ ଯେ, ଆମ ଦେଶରେ ଥିବା ଭୂତାଣୁ ବାରମ୍ବାର ଜିନମ୍‌ ବଦଳାଉଛି କି ନାହିଁ। ଆର‌୍‌ଟି ପିସିଆର‌୍‌ ପରୀକ୍ଷାରେ ଧରାପଡୁଛି କି ନାହିଁ। ଏବ˚ ପ୍ରତଳିତ ଟିକା ସେହି ଭୂତାଣୁ ଉପରେ କାମ କରୁଛି କି ନାହିଁ। ଏ ବିଷୟରେ ଅନୁସନ୍ଧାନ ଦ୍ରୁତ ଗତିରେ ଚାଲିଛି।

କିନ୍ତୁ କରୋନା ଭୂତାଣୁ ବିରୁଦ୍ଧରେ ସ˚ଗ୍ରାମ ପାଇଁ ଆମକୁ ମାସ୍କ ପିନ୍ଧିବା, ବାରମ୍ବାର ସାବୁନ୍‌ରେ ହାତ ଧୋଇବା ଓ ଲୋକଙ୍କଠାରୁ ୬ଫୁଟ ଦୂରତା ନିୟମକୁ ନିଶ୍ଚିତ ପାଳନ କରିବାକୁ ପଡ଼ିବ। ନାକରେ ସାଲାଇନ୍‌ ଡ୍ରପ୍‌ ପକାଇବା, କାନକୁ ସ୍ପିରିଟ ତୁଳାରେ ପୋଛିବା, ଗରମ ଲୁଣ ପାଣିର ବାମ୍ଫ ନେବା ଇତ୍ୟାଦି ନିୟମିତ କରିବା ଆବଶ୍ୟକ। ଲୁଗାପଟା, ଶୀତବସ୍ତ୍ର, ବେଡ୍‌ସିଟ୍‌ ଓ ତକିଆ ଖୋଳ ଇତ୍ୟାଦି ସଫା ରଖନ୍ତୁ। ଘର ଓ ଘର ବାହାରର ପରିବେଶକୁ ସଫା ରଖିବା ଦ୍ବାରା ଓ ନିଜେ ସଫା ସୁତୁରା ରହିବା ଦ୍ବାରା କରୋନା ସ˚କ୍ରମଣ ଆଶଙ୍କା କମିଯାଇଥାଏ। ଭିଡ଼ ସ୍ଥାନକୁ ନଯିବା ଓ କୌଣସି ସନ୍ଦିଗ୍ଧଙ୍କ ସ˚ସ୍ପର୍ଶରେ ନଆସିବା ପାଇଁ ଆମକୁ ସବୁ ବେଳେ ଯତ୍ନବାନ ହେବାକୁ ପଡ଼ିବ। ଆମ ଦେଶରେ ତଥା ରାଜ୍ୟରେ ସ˚କ୍ରମଣ ସ˚ଖ୍ୟା ହ୍ରାସ ହେଉଥିଲେ ମଧ୍ୟ ଆମେ ସତର୍କତାଠାରୁ ଦୂରେଇ ଯିବା ଉଚିତ୍‌ ନୁହେଁ। କରୋନା ରୋଗ ସ˚ପୂର୍ଣ୍ଣ ଭାବେ ବିନାଶ ନହେଲା ପର୍ଯ୍ୟନ୍ତ ଆମକୁ ସତର୍କତା ପାଳନ କରିବାକୁ ପଡ଼ିବ। କରୋନା ରୋଗର ଭୟାବହତା ଅଧିକ ଥିଲାବେଳେ ନିୟମିତ ସୁଗାର ପରୀକ୍ଷା କରିବା, ରକ୍ତଚାପ ମାପିବା ଅତ୍ୟନ୍ତ ଜରୁରି ଅଟେ।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର