ଏକା ତାରିଖ, ସମାନ ସମୟରେ ଦୁଇଟି ନୂଆ ଟେଲିସିନେମା ଦୁଇଟି ଭିନ୍ନ ଚ୍ୟାନେଲରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୩୦ ତାରିଖ ସଂଧ୍ୟା ୬ଟାରେ ତରଙ୍ଗରେ ‘ସ୍ବୟମ୍ବର’ ଏବଂ ଜୀ ସାର୍ଥକରେ ‘ଅଜବ ଏ ପ୍ରେମ କାହାଣୀ’ର ୱାର୍ଲଡ୍ ପ୍ରିମିୟର ହେଉଛି। ଆଉ ଘଟଣାଚକ୍ରରେ ଦୁଇଟିଯାକ ଛବିର ଲେଖକ ବି ଜଣେ। ସେ ହେଲେ ସିନେମା ଓ ଟେଲିଜଗତର ଜଣାଶୁଣା ଲେଖକ ପ୍ରିୟବ୍ରତ ପଣ୍ଡା। ସେ ଉପରୋକ୍ତ ଦୁଇ ଟେଲି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି।

Advertisment

ଆସନ୍ତାକାଲି ଦୁଇ ଭିନ୍ନ ଭିନ୍ନ ଚ୍ୟାନେଲରେ ପ୍ରଦର୍ଶିତ ହେବାକୁ ଯାଉଛି ଦୁଇଟି ଟେଲି ସିନେମା। ଉଭୟର ଲେଖକ ଜଣେ, ହେଲେ ନିର୍ଦ୍ଦେଶକ ଓ କଳାକାର ଅଲଗା।

‘ସ୍ବୟମ୍ବର’ରେ ଓଲିଉଡ୍‌ର ଜଣାଶୁଣା ନାୟିକା ଦେବଯାନୀ ପ୍ରଥମ ଥର ଲାଗି ଟେଲି ସିନେମାରେ ଅଭିନୟ କରୁଥିବା ବେଳେ ଜୀ ସାର୍ଥକର ମେଗା ଧାରାବାହିକ ‘ମଧୁର ସଂସାର’ ଫେମ୍ ନାୟିକା ଭକ୍ତି ପଟ୍ଟନାୟକ ‘ଅଜବ ଏ ପ୍ରେମ କାହାଣୀ’ ଜରିଆରେ ଟେଲି ସିନେମାରେ ପଦାର୍ପଣ କରିଛନ୍ତି। ‘ସ୍ବୟମ୍ବର’ରେ ସ୍ବୟଂସ୍ବରୂପ ଦେବଯାନୀଙ୍କର ନାୟକ ଭୂମିକାରେ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ଓ କାଜଲ୍ ମହାନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମୃତ୍ୟୁଞ୍ଜୟ ସାହୁ ଏହି ଟେଲି ସିନେମାର ନିର୍ଦ୍ଦେଶକ। ଏଣେ ‘ଅଜବ ଏ ପ୍ରେମ କାହାଣୀ’ରେ ଭକ୍ତିଙ୍କ ବିପକ୍ଷରେ ଶ୍ରୀଜିତ୍ ମହାପାତ୍ର ନାୟକ ଭୂମିକାରେ ନଜର ଆସିବେ। ଏହାଛଡ଼ା ଦେବୁ ପଟ୍ଟନାୟକ, ରୁଷି ପଟ୍ଟନାୟକ, ମୋନାଲିସା, ଜୟନ୍ତ ଓ ମାତୃଦତ୍ତ ପ୍ରମୁଖ ବି ଏଥିରେ ଅଭିନୟ କରିଛନ୍ତି। ରାସେଶ ମହାନ୍ତି ଏହାର ନିର୍ଦ୍ଦେଶକ। ଉଭୟର କାହାଣୀରେ ଭିନ୍ନତା ରହିଛି। ତେବେ କାହାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।