ଗୋଟେ ଲିଟର କ୍ଷୀର ନେଇ ଗରମ କରନ୍ତୁ। କ୍ଷୀର ଫୁଟି ଟିକେ ବହଳିଆ ହେଲେ ସେଥିରେ ଗୋଟେ କପ୍‌ ଅମୁଲ ମିଶେଇ ଥଣ୍ଡା କରିବାକୁ ଛାଡ଼ନ୍ତୁ। ଦୁଇ କପ୍‌ ସଜ ବସା ଦହିକୁ ପତଳା ମସଲିନ୍‌ କପଡ଼ାରେ ଛାଣି ଗୋଟେ ଓଜନିଆ ଜିନିଷ ଚାପା ଦେଇ ଘଣ୍ଟାଏ ରଖନ୍ତୁ। ଦହିରୁ ପାଣି ନିଗିଡ଼ି ଶୁଖିଲା ହେଇଯିବ। ଏହି ଦହିକୁ ଭଲରେ ଘାଣ୍ଟି ହାଲୁକା କରିଦିଅନ୍ତୁ। ଏଥର ଦୁଇଟି ଭଲ ଜାତିଆ ମାଂସଳ ପାଚିଲା ଆମ୍ବ ନେଇ ଚୋପା ଛଡ଼େଇ ଛୋଟ ଛୋଟ ଖଣ୍ଡରେ କାଟି ଗୋଟେ କପ୍‌ ବା ସ୍ବାଦ ଅନୁସାରେ ଚିନି ସହ ବ୍ଲେଣ୍ଡ୍‌ କରି ଦିଅନ୍ତୁ।

Advertisment

ଏଥର ଫେଣ୍ଟା ହେଇଥିବା ଦହିରେ ଆମ୍ବ ମିଶ୍ରଣକୁ ପକେଇ ଗୋଳାନ୍ତୁ ଭଲରେ ଗୋଳେଇ ହେଇଗଲେ ନଖ ଉଷୁମ୍‌ କ୍ଷୀରକୁ ଧୀରେ ଧୀରେ ମିଶାନ୍ତୁ ଯେପରି ଗୋଟାଳିଆ ରହି ନଯାଏ। ଏଥର ନିଜ ପସନ୍ଦର ମାଟି, ଚିନା ମାଟି, କାଚପାତ୍ରରେ ଦହି ଢାଳି ଆଲୁମିନିୟମ୍‌ ଫଏଲରେ ସିଲ୍‌ କରି ତିନି, ଚାରି ଘଣ୍ଟା ଛାଡ଼ି ଦିଅନ୍ତୁ।  ଦହି ଭଲରେ ବସିଛି କି ନାହିଁ ଦେଖି ନେଇ କିଛି ଘଣ୍ଟା ଫ୍ରିଜ୍‌ରେ ରଖିଦିଅନ୍ତୁ। ଛୋଟ ଛୋଟ କଟା ହେଇଥିବା ପିସ୍ତାରେ ସଜେଇ ପରିବେଷଣ କରନ୍ତୁ ଥଣ୍ଡା ଥଣ୍ଡା ମିଠା ଆମ୍ବ ଦହି। ଆପଣ ଯଦି ଚାହିଁ‌େବ ଦହି ବସେଇବା ପାତ୍ରରେ ଢାଳିବା ପୂର୍ବରୁ ଆମ୍ବ ଏସେନ୍ସ ବା ଅଳ୍ପ ହଳଦୀରଙ୍ଗ ମିଶାଇପାରିବେ।