ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେ ବେଳେ କିଛି ଏଭଳି ଭିଡିଓ ଭାଇରାଲ ହୁଏ, ଯାହା ଆପଣଙ୍କୁ ହସାଇଥାଏ, କନ୍ଦାଇଥାଏ ଏବଂ ବେଳେବେଳେ ଭୟଭୀତ ମଧ୍ୟ କରେ। ଏବେ ସୋସିଆଲ ମିଡିଆରେ ଜଣେ ସ୍ବିଗୀ ଡେଲିଭରି ବଏଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଚା’ ବିସ୍କୁଟ ଖାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଅନ୍ୟକୁ ସ୍ବାଦିଷ୍ଟ ଖାଦ୍ୟ ଯୋଗାଉଥିବା ଡେଲିଭରି ବଏମାନେ କିଭଳି ଦୀର୍ଘ ସମୟ ଧରି ଭୋକିଲା ରହିବାକୁ ବାଧ୍ୟ ହୁଅନ୍ତି ତାହା ଦେଖିବାକୁ ମିଳିଛି।
View this post on Instagram
ଭାଇରାଲ ଭିଡିଓରେ ଦେଖିବାକୁ ମିଳିିଛି ଯେ, ଜଣେ ଡେଲିଭରି ବଏ ଏକ ଦୋକାନ ବାହାରେ ବସି ଚା’ ପିଇବା ସହ ବିସ୍କୁଟ ଖାଉଛନ୍ତି। ଖାଦ୍ୟ ଡେଲିଭର କରିବାକୁ ଥିବାରୁ କମ ସମୟ ମଧ୍ୟରେ କେବଳ ଚା’ ଟିକିଏ ପିଇବା ସମ୍ଭବ। ତେଣୁ ଖାଇବା ଭୁଲି ଡେଲିଭରି ବଏଜଣକ ଚା’ ପିଇ ପେଟର ଭୋକକୁ ଶାନ୍ତ କରୁଥିବା ଦେଖାଯାଇଛି।
ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ୩୦ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ ଡେଲିଭରି ବଏଙ୍କ ସହ ଭଲ ବ୍ୟବହାର କରନ୍ତୁ ବୋଲି ଲୋକେ ମତ ରଖିଛନ୍ତି। ଅନେକ ସମୟରେ ଖାଦ୍ୟ ଡେଲିଭର କରିବାକୁ ବିଳମ୍ବ ହେଲେ ଡେଲିଭରି ବଏମାନଙ୍କୁ ଲୋକଙ୍କଠାରୁ ଗାଳି ଶୁଣିବାକୁ ପଡ଼ିଥାଏ। କେହି ବିଳମ୍ବ ହେବାର କାରଣ ପଚାରନ୍ତି ନାହିଁ। ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଡେଲିଭରି ବଏମାନଙ୍କୁ ଖରାପ ବ୍ୟବହାର ନକରିବା ପାଇଁ କମେଣ୍ଟ କରିଥିବା ଦେଖାଯାଇଛି।