ଗାଈମାନଙ୍କ ଶିଙ୍ଗ ରଖିବା ନିମନ୍ତେ ସ୍ୱିଜର୍‌ଲାଣ୍ଡ୍‌ରେ ସାମ୍ବିଧାନିକ ଭୋଟ୍‌

ନୂଆଦିଲ୍ଲୀ: ରବିବାର ଦିନ ସ୍ୱିଜର୍‌ଲାଣ୍ଡ୍‌ରେ ଅନେକ ବିଷୟରେ ହୋଇଥିବା ମତଦାନ ମଧ୍ୟରୁ ଗୋଟିଏ ଥିଲା ସବୁଠୁ ଭିନ୍ନ। ତହା ହେଲା ଗାଈମାନଙ୍କ ଶିଙ୍ଗ ରଖିବାକୁ କୃଷକମାନଙ୍କୁ ଅନୁମତି ମିଳିବା ଉଚିତ କି? ବରଂ ଏହି ଭୋଟ୍‌କୁ ଗାଈମାନଙ୍କ ଶିଙ୍ଗ ରଖିବା ନିମନ୍ତେ ସମ୍ବିଧାନ ସଂଶୋଧନ କରାଯିବ ନା, ନାହିଁ. କୁହାଯାଇ ପାରେ।

ସ୍ୱିଜର୍‌ଲାଣ୍ଡ୍‌ରେ ଦୁଇ ତୃତୀୟାଂଶରୁ ଅଧିକ ଗାଈଙ୍କର ଶିଙ୍ଗ କାଟି ଦିଆଯାଇଛି। ଜନ୍ମ ହେବାର ଅଳ୍ପ କେତେ ସପ୍ତାହ ପରେ ଉତ୍ତପ୍ତ ଲୁହା ଯୋଗେ ବାଛୁରୀ ମୁଣ୍ଡରୁ ଶିଙ୍ଗ ହଟାଇ ଦେବା ସେ ଦେଶରେ ଗୋଟାଏ ମାମୁଲି ପରମ୍ପରା।

ଗାଈଙ୍କ ମୁଣ୍ଡରୁ ଶିଙ୍ଗ ହଟାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେଠାରେ ଦଳେ ଯୁକ୍ତି ବାଢୁଛନ୍ତି। ଏହାଦ୍ୱାରା ଚାଷୀମାନେ ଗାଈମାନଙ୍କୁ ଅତି ନିକଟରେ ରଖିଲେ ମଧ୍ୟ ଆଘାତ ପାଇବାର ସମ୍ଭାବନ କମ୍‌ ଥାଏ।

ଗାଈମାନଙ୍କ ଶିଙ୍ଗ ରଖିବା ପାଇଁ ସମ୍ବିଧାନ ସଂଶୋଧନ କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ୬୭ ବର୍ଷିୟ କୃଷକ ଅର୍‌ମିନ୍‌ କ୍ୟାପଲ୍‌। ଗତ ଆଠ ବର୍ଷ ହେବ ସେ ଏଥିପାଇଁ ଅଭିଯାନ ଚଳାଇ ଆସୁଛନ୍ତି।

ଭାବ ଆଦାନ ପ୍ରଦାନ, ଶାନ୍ତ ରହିବା ଏବଂ ନିଜକୁ ସଫା କରିବା ନିମନ୍ତେ ଗାଈମାନେ ଶିଙ୍ଗ ବ୍ୟବହାର କରୁଥିବାରୁ ଏହାକୁ କାଟି ଦେବା ନିଷ୍ଠୁରତା ବୋଲି କ୍ୟାପଲ୍‌ କହନ୍ତି।

ସେ ପୁଣି କହନ୍ତି ଯେ ନିଜ ଗାଈଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରି ସେ ଏପରି କରିବାକୁ ପ୍ରେରଣା ପାଇଛନ୍ତି।

ସ୍ୱିଜର୍‌ଲାଣ୍ଡ୍‌ରେ ପ୍ରତ୍ୟେକ୍ଷ ଗଣତନ୍ତ୍ର ପ୍ରଚଳିତ। ତେଣୁ, ଯେ କୌଣସି ପ୍ରସଙ୍ଗର ସପକ୍ଷରେ ଅନ୍ୟୂନ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥିଲେ ସମଗ୍ର ଦେଶ ସେ ପ୍ରସଙ୍ଗରେ ଭୋଟ୍‌ ଦେଇ ପାରିବେ।

ସୀମିତ ସମ୍ବଳ ଏବଂ ରାଜନୈତିକ ସମର୍ଥନ ନ ଥିବାରୁ ପ୍ରାରମ୍ଭରୁ ଗାଈଙ୍କ ଶିଙ୍ଗ ନିରାପଦ ରଖିବା ଉପରେ କ୍ୱଚିତ୍‌ ଆଗ୍ରହ ଦେଖାଇ ଥିଲେ। କିନ୍ତୁ, ଅଭିଯାନ ଚଳାଇରଖି କ୍ୟାପଲ୍‌ ୧ ଲକ୍ଷ ଦସ୍ତଖତ ହାସଲ କରିପାରିଛନ୍ତି।

ସମ୍ବନ୍ଧିତ ଖବର