ତୁର୍କି: ସମୟ ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଘଟଣା ତୁର୍କିର ଏକ ହସ୍ପିଟାଲରେ ଘଟିଛି। ମା’ ଓ ଝିଅ ଏକାଦିନେ ସନ୍ତାନ ଜନ୍ମ ଦେବା ଖବର ପ୍ରଘଟ ହେଲା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା। ଉଭୟ ଓ ମା’ ଓ ଝିଅଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ଲୋକମାନଙ୍କ ନାହିଁ ନଥିବା ଭିଡ ଜମିଥିଲା।
ସୂଚନାଯୋଗ୍ୟ, ୪୨ବର୍ଷୀୟା ଫାତାମା ବ୍ରିନସିଙ୍କ କନ୍ୟା ହେଉଛନ୍ତି ଗାଡେ ବ୍ରିନସି। ଦୁହେଁ ତୁର୍କିିର କୋନୟା ସହରରେ ବସବାସ କରନ୍ତି। ମା’ ଫାତାମା ଓ ଝିଅ ଗାଡେ ଦୁହେଁ ଅନ୍ତସତ୍ତ୍ୱା ଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଗାଡେଙ୍କ ମା’ ଫାତାମାଙ୍କର ଯେଉଁଦିନ ପ୍ରସବ ହୋଇଥିଲା, ସେହିଦିନ ଗାଡେ ମଧ୍ୟ ଏକ ସନ୍ତାନକୁ ସେହି ହସ୍ପିଟାଲରେ ଜନ୍ମ ଦେଇଥିଲେ। ଡାକ୍ତର ଏହାକୁ କିଛି ଚମତ୍କାର ଠାରୁ କମ୍ ନୁହେଁ ବୋଲି କହିଛନ୍ତି। ଦୁଇ ନବଜାତ ଶିଶୁଙ୍କ ନାମ ରିସିପ୍ ଓ ଟାୟାପି ରଖାଯାଇଛି। ଉଭୟ ଶିଶୁ ସୁସ୍ଥ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/1.jpg)