ସ୍ୱତନ୍ତ୍ର ବିବାହ: ଉପହାର ଆକାରରେ ଅତିଥିଙ୍କୁ ରକ୍ତଦାନ କରିବାକୁ କହିଲେ କନ୍ୟା

କୋଲକାତା: ଆପଣ ଯଦି କାହା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବେ ତେବେ ନିଶ୍ଚୟ ହାତରେ କୌଣସି ଉପହାର କିମ୍ବା ଫୁଲତୋଡ଼ା ଧରି ଯାଇଥିବେ। କେବେ କାହା ବିବାହ ଉତ୍ସବରେ ଯାଇ ରକ୍ତଦାନ କରିଛନ୍ତି କି? ପଶ୍ଚିମବଙ୍ଗର ନଦିଆ ଜିଲ୍ଳାର ହେତଟ୍ଟା ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଛି ଏପରି ଏକ ସ୍ୱତନ୍ତ୍ର ବିବାହ। ଯେଉଁ ବିବାହରେ ଅତିଥିମାନଙ୍କୁ ଉପହାର ବଦଳରେ ରକ୍ତଦାନ କରିବା ପାଇଁ ସ୍ୱୟଂ କନ୍ୟା ନିବେଦନ କରିଛନ୍ତି।

ଖାଲି ସେତିକି ନୁହେଁ, କନ୍ୟା ଜଣକ ତାଙ୍କ ବିବାହରେ କୌଣସି ଅଳଙ୍କାର କିମ୍ବା ଦାମୀ ଜିନିଷ ନେବାକୁ ପରିବାର ଲୋକଙ୍କୁ ସ୍ପଷ୍ଟ ମନା କରି ଦେଇଥିଲେ। ସେ ବୃତ୍ତିରେ ଜଣେ ଇଞ୍ଜିନିୟର୍‌। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଇଞ୍ଜିନିୟର୍‌। ବିବାହ ପୂର୍ବରୁ ତାଙ୍କ ବିବାହ ଦିନରେ ମଣ୍ଡପରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ସ୍ୱାମୀଙ୍କୁ ନିବେଦନ କରିଥିଲେ। ତାଙ୍କ କଥା ମୁତାବକ ରକ୍ତଦାନ ଶିବିର ଆୟୋଜିତ ହୋଇଥଇଲା। ପ୍ରଥମେ ରକ୍ତ ଦେଇଥିଲେ କନ୍ୟାଙ୍କ ମାଆ। ସମୁଦାୟ ୩୦ ଜଣ ଅତିଥି ରକ୍ତଦାନ କରି କନ୍ୟାଙ୍କର ଏହି ମହତ କାର୍ଯ୍ୟକୁ ପ୍ରୋତ୍ସାହନା ଦେଇଥିଲେ।

ସମ୍ବନ୍ଧିତ ଖବର