୧୩୬୯ରେ ତୈମୁର‌ ନାରକୀୟ ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ। ନିରୀହ ଲୋକଙ୍କୁ ହତ୍ୟା କରି, ସେମାନଙ୍କ ଖପୁରି ସ˚ଗ୍ରହ କରିବା ପାଲଟିଥିଲା, ତାଙ୍କର ନିଶା। ସେ ନିଜ ପାଖରେ ରଖିଥିଲେ ପ୍ରାୟ ସତୁରି ହଜାର ମଣିଷ ଖପୁରି। ଭାରତ ଆକ୍ରମଣ ଓ ଲୁଣ୍ଠନ ପରେ ଧନ ବୋହିବା ପାଇଁ ଅଶ୍ବଙ୍କ ଅଭାବ ହେବାରୁ, ସେ ଖପୁରିତକ ଉତ୍ତର ଭାରତରେ ଛାଡ଼ିଯାଇଥିଲେ। ୧୪୦୫ରେ ମୃତ୍ୟୁବରଣ କଲା ପରେ ତାଙ୍କୁ ସମରକନ୍ଦ(ଏବେ ଉଜବେକିସ୍ତାନରେ)ର ଗୋର-ଏ-ଅମୀରରେ କବର ଦିଆଯାଇଥିଲା। ତାଙ୍କ ମର-ଶରୀର ଥିବା ସମାଧି ଉପରେ ବଡ଼ ବଡ଼ ଅକ୍ଷରରେ ଅରବୀ ଭାଷାରେ ଲେଖାଯାଇଛି- ‘ମୋର ଅସ୍ଥି-କଙ୍କାଳ ସହ ଖେଳିବାର ଅପଚେଷ୍ଟା କରନାହିଁ। କବର ମଧ୍ୟରେ ମୋର ନିଦ୍ରା-ଭଙ୍ଗ ହେଲେ ପୃଥିବୀ ଥରିବ।’

Advertisment

୧୯୪୧ ପର୍ଯ୍ୟନ୍ତ ତାଙ୍କ କବର ଅକ୍ଷତ ଅବସ୍ଥାରେ ଥିଲା। ୨୧ ଜୁନ୍‌ ୧୯୪୧ରେ ଷ୍ଟାଲିନ୍‌ଙ୍କ ନିର୍ଦେଶରେ ତୈମୁରଙ୍କ କବର ଖୋଳି, ତାଙ୍କର ଅବଶେଷକୁ ଅନ୍ୟତ୍ର ନେଇଥିଲେ ମିଖାଇଲ୍‌ ଜେରାସିମୋଭ୍‌ ନାମକ ପ୍ରତ୍ନତତ୍ତ୍ବବିତ୍‌। ସ୍ଥାନୀୟ ଉଜ୍‌ବେକୀମାନେ ବିରୋଧ କରିଥିଲେ ଏବଂ ସେତେବେଳେ କହିଥିଲେ, ଏହାର ପରିଣାମ ରାଷ୍ଟ୍ର ପାଇଁ ମଙ୍ଗଳମୟ ହେବନାହିଁ ଏବ˚ ସେହି ଘଟନାର ପର ଦିନ ହିଁ ନାଜି ଜର୍ମାନି ଆକ୍ରମଣ କରିଥିଲା। ହିଟ୍‌ଲର‌୍‌ଙ୍କ ନିର୍ଦେଶରେ ଜର୍ମାନ୍‌ ସେନା ‘ଅପରେସନ୍‌ ବାର୍‌ବରୋଜା’ ଆରମ୍ଭ କରିଥିଲା; ଦ୍ବିତୀୟ ବିଶ୍ବ ଯୁଦ୍ଧକାଳୀନ ସବୁଠାରୁ ଭୟଙ୍କର ଲଢ଼େଇ। ଉକ୍ତ ଯୁଦ୍ଧରେ ପ୍ରାୟ ଦଶ ଲକ୍ଷ ରଷିଆନ୍‌ ପ୍ରାଣ ହରାଇଥିଲେ। ୧୯୪୨ ଡିସେମ୍ବର ୨୦ରେ ତୈମୁରଙ୍କ କଙ୍କାଳକୁ ସମାଧିକୁ ଫେରାଇ ଅଣାଯିବା ସହ ଜର୍ମାନିର ପରାଜୟ ପର୍ବ ଷ୍ଟାଲିନଗ୍ରାଦ୍‌ରୁ ଆରମ୍ଭ ହେଇଥିଲା।