କଣ୍ଢେଇ ଦେଖିଲେ ସଭିଏଁ ଖୁସି ହେଇଯାଆନ୍ତି। ବିଶେଷ କରି ଝିଅମାନେ କଣ୍ଢେଇ ଖେଳିବାକୁ ଭାରି ଭଲ ପାଆନ୍ତି। କେହି କେହି ଶ୍ରଦ୍ଧାରେ କୁନି ଝିଅକୁ କଣ୍ଢେଇ ବୋଲି ଡାକନ୍ତି। ଆଗରୁ ମାଟି, ପଥର, କାଠ, କାଗଜ ଆଦିରେ କଣ୍ଢେଇ ତିଆରି ହେଉଥିବା ବେଳେ ଏବେ ଭଳିକିଭଳି ଆଧୁନିକ କଣ୍ଢେଇ ମିଳୁଛି। କଣ୍ଢେଇ ବଜାରରେ ଏବେ ବେଶି ଦଖଲ କରିଛି ବାର୍ବି କଣ୍ଢେଇ। ଯାହାକି ଏବେର ପିଲାଙ୍କ ଲାଗି ମୁଖ୍ୟ ଆକର୍ଷଣ ସାଜିଛି। ତେେବ ବିଶ୍ବ କଣ୍ଢେଇ ଦିବସ ଅବ୍ୟବହିତ ପୂର୍ବରୁ କିଛି କଣ୍ଢେଇ କଥା...
ପ୍ରଥମେ ଖ୍ରୀଷ୍ଟପୂର୍ବ ଏକବିଂଶ ଶତାବ୍ଦୀରେ ଇଜିପ୍ଟର କବରଖାନାଗୁଡ଼ିକରେ କାଠ ପ୍ୟାଡଲ୍ ଡଲ୍ ଦେଖିବାକୁ ମିଳିଥିଲା।
ଭାରତରେ ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାରୁ କଣ୍ଢେଇ ମିଳିଥିବାର ପ୍ରମାଣ ମିଳେ।
୧୫ଶ ଶତାବ୍ଦୀରୁ ଜର୍ମାନୀରେ ଆଧୁନିକ କଣ୍ଢେଇ ଉତ୍ପାଦନ ଆରମ୍ଭ ହୋଇଥିଲା।
ଜାପାନର ସିକୋକୁ ଟାପୁ ଉପରେ ସ୍ଥିତ ନାଗୋରୋ ଗାଁକୁ କଣ୍ଢେଇ ଗାଁ ବୋଲି କୁହାଯାଏ।
ଭାରତର ରାଜ୍ୟ ଭିତ୍ତିରେ କଣ୍ଢେଇର ନାଁ ଭିନ୍ନ ଭିନ୍ନ ଓ ସ୍ବତନ୍ତ୍ର।
ରାଜସ୍ଥାନର କଣ୍ଢେଇ ନାଚ ବିଶ୍ବ ପ୍ରସିଦ୍ଧ
ଆଗରୁ କେବଳ ମାଟି, ପଥର, କାଠରେ କଣ୍ଢେଇ ତିଆରି ହେଉଥିଲା।
ବିଭିନ୍ନ ପ୍ରକାରର ମାଟି କଣ୍ଢେଇ, ମିଛିମିଛିକା ରୋଷେଇ ଖେଳଣାରେ ଖେଳିବାକୁ ଆଗରୁ ଝିଅମାନେ ବେଶ୍ ଭଲ ପାଉଥିଲେ।
ଏବେ ଟେଡି ବିୟର୍, ବାର୍ବି, କଥାକୁହା କଣ୍ଢେଇ, ରୋବର୍ଟ କଣ୍ଢେଇ ପରି ଆଧୁନିକ କଣ୍ଢେଇର ଚାହିଦା ବଢ଼ିଛି।