ଶୁଆ କି ଶାରୀ ନୁହେଁ, ମାଲିକର ନାମ ଧରି କୁକୁଡା ଡାକୁଛି, ଦେଖନ୍ତୁ ଭିଡିଓରେ

ମୁମ୍ବାଇ: ଆପଣ କେବେ ଏଭଳି କୁକୁଡା ବିଷୟରେ ଜାଣିଛନ୍ତି, ଯିଏକି ‘କୁକୁଡୁ..କୁ’ ଡାକିବା ବଦଳରେ ନିଜର ମାଲିକ ନାମ ଅନ୍ନା-ଅନ୍ନା ଓ କାକା ବୋଲି ସକାଳୁ ଡାକ ଛାଡ଼ି ଥାଏ।

ମହାରାଷ୍ଟ୍ରର ସଙ୍ଗାଲିରେ ବସବାସ କରୁଥିବା ବସନ୍ତ କାମ୍ବଲେ ଘରେ କୁକୁଡା ରଖିଛନ୍ତି । ଏହି କୁୁକୁଡା ତାଙ୍କୁ କାକା କାକା ବୋଲି ଡାକ ଛାଡ଼ି ଥାଏ। ଯେପର୍ଯ୍ୟନ୍ତ କୁକୁଡାଟି ତା’ର ମାଲିକୁକୁ ସାମ୍ନାରେ ଦେଖି ନାହିଁ ସେ ପର୍ଯ୍ୟନ୍ତ ସେମିତି ଡାକ ଛାଡ଼ି ଥାଏ। ବସନ୍ତ ଯେତେବେଳେ କୁକୁଡା ପାଖକୁ ଆସି ଖାଦ୍ୟ ଦିଅନ୍ତି ତା’ପରେ ଯାଇ କୁକୁଡାଟି ଶାନ୍ତ .ହୋଇଥାଏ। କୁକୁଡାକୁ ଯେତେବେଳେ ଆଠ ମାସ ହୋଇଥିଲା ସେ ତାକୁ ଘରକୁ ନେଇ ଆଣିଥିଲେ।

ସେହିପରି ମହାରାଷ୍ଟ୍ରର ସଙ୍ଗାଲିର ଖାନପୁରର ଆଲସନ୍‌ ଗ୍ରାମରେ ଥିବା କୁକୁଡା ବି ଅନ୍ନା ଅନ୍ନା ବୋଲି ମଣିଷ ଭଳି ତାର ମାଲିକକୁ ଡାକ ଛାଡ଼ି ଥାଏ । କୁକୁଡାର ମାଲିକଙ୍କ ନାମ ଲକ୍ଷ୍ମଣ ମୋହିତେ । ଗ୍ରାମବାସୀ ତାଙ୍କୁ ଲକ୍ଷ୍ମଣ ବ୍ୟତୀତ ଅନ୍ନା କହି ଡାକି ଥାଆନ୍ତି। ଲକ୍ଷ୍ମଣ କୁକୁଡା ପାଳନ କରନ୍ତି। ତାଙ୍କ ପାଖରେ ଅନେକ କୁକୁଡା ଅଛି, କିନ୍ତୁ ଏହି ଗୋଟିଏ କୁକୁଡା ତାଙ୍କ ନାମ ଧରି ଡାକିଥାଏ।

ସମ୍ବନ୍ଧିତ ଖବର