ସବୁଠାରୁ ଡେଙ୍ଗୀ ମଡେଲ୍‌

ଜର୍ମାନିର ଉତ୍ତର ରାଇନ୍‌-େୱଷ୍ଟ୍‌ଫାଲିଆ ଅନ୍ତର୍ଗତ କଲୋନ୍‌ର କାରୋଲିନ୍‌ ‌ୱଲ୍‌ଜ ଅଦ୍ୟାବଧି ବିଶ୍ବର ସବୁଠାରୁ ଡେଙ୍ଗୀ ମଡେଲ୍‌। ମଡେଲି˚ ପାଇଁ ଡେଙ୍ଗୀ ଝିଅ ସର୍ବଦା ପ୍ରଥମ ପସନ୍ଦ। କାରୋଲିନ୍‌ଙ୍କ ଉଚ୍ଚତା ୬ ଫୁଟ୍‌ ୯ ଇଂଚ୍‌ ଏବ˚ ଓଜନ ୧୧୭ କିଲୋଗ୍ରାମ୍‌। ତାଙ୍କର ଗୋଟିଏ ଗୋଟିଏ ଗୋଡ଼ର ଲମ୍ବ ୫୧ ଇଂଚ୍‌। ସେ ପନ୍ଦର ନମ୍ବର ଜୋତା ପିନ୍ଧନ୍ତି। କାରୋଲିନ୍‌ ଜଣେ ଟେଲର୍‌ ବା ଦରଜିଆଣୀ। ତେବେ, ମଡେଲି˚ ପ୍ରସ୍ତାବ ପାଇଲେ, ଛାଡ଼ନ୍ତିନାହିଁ। ବିଶ୍ବର ବହୁ ନାମୀ-ଦାମୀ ପୋଷାକ ଓ କ୍ରୀଡ଼ା ସାମଗ୍ରୀ ନିର୍ମାତାଙ୍କ ପାଇଁ ସେ ଏକାଧିକ ବିଜ୍ଞାପନ ଫିଲ୍ମରେ କାମ କରିସାରିଛନ୍ତି। କାରୋଲିନ୍‌ ବିରାଟ ଶରୀରର ସିନା ଅଧିକାରିଣୀ। ତେବେ, ତାଙ୍କ ମଗଜଟି ସ୍ବଳ୍ପ କ୍ଷମତା ବିଶିଷ୍ଟା ସାଧାରଣ ମିଶାଣ-ଫେଡ଼ାଣ ସୁଦ୍ଧା ଠିକ୍‌ରେ କରିପାରନ୍ତିନାହିଁ। ଏଣୁ ଅଳ୍ପ କେତେଟି ବର୍ଷ ମାତ୍ର ବିଦ୍ୟାଳୟରେ ପଢ଼ିପାରିଥିଲେ।

ସମ୍ବନ୍ଧିତ ଖବର