ଜେଲ୍‌ରୁ ଫେରିବା ପରେ ତଲଓ୍ଵାର ଦମ୍ପତି କହିଲେ ମନଖୋଲା କଥା!

ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ଘଟଣା। ଯାହା ଥରାଇ ଦେଇଥିଲା ସାରା ଦୁନିଆର ଛାତିକୁ। ନିଜ ଝିଅ ଆରୁଷିର ହତ୍ୟାର ଆରୋପରେ ୪ବର୍ଷ ପରେ ଜେଲରୁ ବାହାରିବା ପରେ ତଲୱାର ଦଂପତି କହିଛନ୍ତି ନିଜ ହୃଦୟର କଥା। କେମିତି କଟିିଛି ଜେଲରେ ତାଙ୍କର ଦୈନିକ ଜୀବନ। କେମିତି ସେ ପ୍ରତି ମୁହୂର୍ତ୍ତକୁ ଜୀଇଁଛନ୍ତି ଅବ୍ୟକ୍ତ ଭାବେ। ତଲୱାର ଦଂପତି କହିଛନ୍ତି ସେମାନଙ୍କ ପାଇଁ ପୁଣି ସମାଜକୁ ଫେରିବା ବଡ ମୁସ୍କିଲ୍‌ ଥିଲା। ଆଉ କିଛି ଭୟ ମଧ୍ୟ ଥିଲା ମନରେ। କିନ୍ତୁ ଲୋକଙ୍କ ନଜର ତାଙ୍କ ପ୍ରତି ଏବେ ବଦଳିଯାଇଛି।

ତଲୱାର ଦଂପତିଙ୍କ ଅନୁସାରେ ଜେଲରୁ ଫେରିବା ପରେ ଲୋକେ ବହୁତ ସହାନୁଭୂତି ଦେଖାଇଛନ୍ତି ସେମାନଙ୍କୁ। ଏକ ସାକ୍ଷାତକାର ସମୟରେ ରାଜେଶ ତଲୱାର ଓ ନୂପୁର ତଲୱାର କହିଛନ୍ତି ନିକଟରେ ସେ ଦର୍ଶନ ପାଇଁ ଏକ ମନ୍ଦିର ଯାଇଥିଲେ। ସେଠାରେ ଖୁବ୍‌ ଭିଡ ଥିବା ସତ୍ୱେ ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଇଥିଲା। ଏବଂ ସେଠାରେ ଲୋକେ କହିଥିଲେ କିଛି ଭୁଲ ଥିଲା , ଯାହା ଏବେ ଠିକ୍‌ ହୋଇଯାଇଛି ।

ଏହାସହ ରାଜେଶ ତଲୱାର ନିଜର ଜଣେ ବନ୍ଧୁଙ୍କ କଥା କହିଛନ୍ତି , ଯିଏ ତାଙ୍କୁ ଜେଲରେ ଭଲରେ କଟେଇବାକୁ ସାହାଯ୍ୟ କରିଥିଲେ । ଏହା ସହ ସେ କହିଥିଲେ ଏହି ନିରାଶା ଓ ଦୁଃଖ ସମୟରେ ବହୁତ ଲୋକ ତାଙ୍କର ସାହାଯ୍ୟ କରିଥିଲେ। ଲୋକଙ୍କ ସହ କଥା ହୋଇ ବୋଝ ହାଲକା ହୋଇଯାଉଥିଲା। ସେଠାରେ ୪ ବର୍ଷ ଡର ଓ ନିରାଶରେ ଭରି ରହିଥିଲା। କିନ୍ତୁ ଜେଲ ଭିତରେ ଲୋକେ ବହୁତ ଭଲ ସଂପର୍କ ରଖିଥିଲେ। ରାଜେଶ କହିଛନ୍ତି, ‘ଜେଲର ଲୋକ ବହୁତ ଭଲ ଥିଲେ। ଏବଂ ମୋ ସହ କଥା ହେବାକୁ ଆସୁଥିଲେ। ନୂପୁର ତଲୱାରଙ୍କ ଅନୁସାରେ ଜେଲରେ ଜଣେ ଝିଅଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା ସେ ଆରୁଷି ଭଳି ଦେଖାଯାଉଥିଲେ। ନୂପୁର କହିଛନ୍ତି , ‘ ୪ବର୍ଷ ସେ କେବଳ ସେହି ଝିଅ ଯୋଗୁଁ ଜେଲରେ ରହିପାରିଥିଲେ। ଉଭୟ ଦଂପତି କହିଛନ୍ତି ଜେଲରେ ଏହି ୪ ବର୍ଷ ଏମିତି ସମସ୍ୟାପୂର୍ଣ୍ଣ ଥିଲା ଯାହାର ସାମ୍ନା କରିବା ଅସମ୍ଭବ ଥିଲା। କିନ୍ତୁ ଆମେ କରିପାରିଥିଲୁ।

ଉଲ୍ଲେଖନୀୟ , ନୋଏଡାର ଆରୁଷି ହେମରାଜ ହତ୍ୟାକାଣ୍ଡ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟରୁ ମୁକୁଳିବା ପରେ ତଲୱାର ଦଂପତି ୧୬ ଅକ୍ଟୋବର, ୨୦୧୭ରେ ଜେଲରୁ ବାହାରି ଥିଲେ। ଆରୁଷିର ପିତା ଡାକ୍ତର ରାଜେଶ ତଲୱାର ଓ ମାଁ ଡାକ୍ତର ନୂପୁର ତଲୱାର ନଭେମ୍ବର ୨୦୧୩ରୁ ଗାଜିଆବାଦ ଡାସନା ଜେଲରେ ଥିଲେ। ଆରୁଷି ହତ୍ୟାକାଣ୍ଡରେ ବିଶେଷ ସିବିଆଇ କୋର୍ଟ ଦୁହିଁଙ୍କୁ ଜେଲଦଣ୍ଡ ଦେଇଥିଲେ।

ସମ୍ବନ୍ଧିତ ଖବର