ନୂ୍ଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ତାଜମହଲକୁ ବିଶ୍ୱର ସବୁଠାରୁ ସୁନ୍ଦର ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଇଛି। ଆଜି ବି ଏମିତି ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନେ ପରସ୍ପରକୁ ବହୁତ ଗଭୀର ଭାବରେ ଭଲ ପାଆନ୍ତି, ଏବଂ ସେହି ପ୍ରେମକୁ ପ୍ରକାଶ କରିବାକୁ ସେମାନେ ଏପରି କିଛି କରନ୍ତି ଯାହା ପାଇଁ ସର୍ବଦା ସେମାନଙ୍କୁ ସମସ୍ତେ ମନେ ରଖିଥାଆନ୍ତି। ଏମିତି ଏକ ଘଟଣା ତାମିଲନାଡୁର ମଦୁରାଇରେ ଦେଖିବାକୁ ମିଳିଛି। ଏଠାରେ ବସବାସ କରୁଥିବା ଜଣେ ବ୍ୟବସାୟୀ ତାଙ୍କ ପତ୍ନୀଙ୍କ ସ୍ମୃତିରେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଲୋକମାନେ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି।

Advertisment

ପାଖାପାଖି ଏକମାସ ହେବ ମଦୁରାଇର ବ୍ୟବସାୟୀ ସେଥୁରମନଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା। ପତ୍ନୀ ଚାଲିଯିବା ପରେ ସେଥୁରମନ୍ ତାଙ୍କୁ ବହୁତ ମନେ ପକାଇବାକୁ ଲାଗିଥିଲେ। ତେଣୁ ତାଙ୍କ ପତ୍ନୀଙ୍କ ଅଭାବକୁ ପୂରଣ କରିବା ପାଇଁ ସେ ଏକ ସମାଧାନ ବାହାର କରିଥିଲେ। ସେଥୁରମନ ତାଙ୍କ ପତ୍ନୀ ପିଚଇମାନିୟାମଲଙ୍କୁ ପ୍ରତିଦିନ ଦେଖିବା ପାଇଁ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ଘରକୁ ନେଇ ଆସିଥିଲେ। ଏହି ପ୍ରତିମୂର୍ତ୍ତିଟି ଅବିକଳ ପିଚଇମାନିୟାମଲ ପରି ଦେଖାଯାଉଛି।

publive-image aninews.in

ସେଥୁରମନ୍ ପତ୍ନୀଙ୍କ ପ୍ରତିମୂର୍ତ୍ତୀ ତିଆରି କରିବା ପାଇଁ ଫାଇବର ଗ୍ଲାସ୍ ଏବଂ ରବର ବ୍ୟବହାର କରିଛନ୍ତି। ଏଥି ସହିତ ଏଥିରେ ବିଶେଷ ରଙ୍ଗର ମଧ୍ୟ ବ୍ୟବହାର କରାଯାଇଛି। ତେବେ ଏଭଳି ପ୍ରତିମୂର୍ତ୍ତି ତିଆରି କରିବାକୁ ନେଇ ସେଥୁରମନ୍ କର୍ଣ୍ଣାଟକର ଜଣେ ବ୍ୟବସା୍ୟୀଙ୍କ ଠାରୁ ପ୍ରେରିତ ହୋଇଛନ୍ତି। ସେ କିଛିଦିନ ତଳେ ନିଜ ପତ୍ନୀଙ୍କ ମୃତ୍ୟ ପରେ ସବୁଦିନ ପାଇଁ ଧର୍ମପତ୍ନୀଙ୍କୁ ନିଜ ପାଖେପାଖେ ରଖିବାକୁ ମୂର୍ତ୍ତି ତିଆରି କରିଥିଲେ।