ଅଧା ସତ, ଅଧା ଗପ: ଏହି ଗଛର ପତ୍ର ଖାଇ ତାନସେନ ହୋଇପାରିଥିଲେ ସଙ୍ଗୀତ ସମ୍ରାଟ

ଭଲ ସଙ୍ଗୀତ ଶୁଣିବା ଦ୍ୱାରା ମନକୁ ବହୁତ ଶାନ୍ତି ମିଳିଥାଏ | ସଙ୍ଗୀତ ଶୁଣିବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଯାଏ | ବ୍ୟକ୍ତି ଚାପମୁକ୍ତ ହୁଏ ଓ ସତେଜ ଅନୁଭବ କରେ | ସଙ୍ଗୀତ ଜଗତରେ ତ ଅନେକ କଳାକାର ଅଛନ୍ତି କିନ୍ତୁ, ତାନସେନଙ୍କ ସଂଗୀତର ଯାଦୁ ଏମିତି ଥିଲା ଯାହାକୁ ଏପର୍ଯ୍ୟନ୍ତ କେହି ଗାଇ ପାରିନାହାଁନ୍ତି | କୁହାଯାଏ ତାନସେନ୍ ଯେତେବେଳେ ଗୀତ ଗାଉଥିଲେ, ପାଗ ବଦଳିଯାଉଥିଲା | ତାଙ୍କ ଗୀତ ହେତୁ ଆକାଶରେ ମେଘ ଆସୁଥିଲା ଏବଂ ବର୍ଷା ହେଉଥିଲା | ଯେତେବେଳେ ସେ ତାଙ୍କ ରାଗ ଦୀପକ ଗାଉଥିଲେ, ଦୀପ ସ୍ୱୟଂଚାଳିତ ଭାବରେ ଜଳିଉଠୁଥିଲା |

ଏହି କାରଣରୁ ତାନସେନଙ୍କୁ ସଂଗୀତ ସମ୍ରାଟ ମଧ୍ୟ କୁହାଯାଏ | କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ତାନସେନ୍ ପିଲାଦିନରେ ଭଲରେ କହିପାରୁନଥିଲେ | ଏଥିପାଇଁ ତାଙ୍କୁ ତେନ୍ତୁଳି ପତ୍ର ଖାଇବାକୁ ଦିଆଯାଉଥିଲା | କୁହାଯାଏ ଯେ ତାନସେନଙ୍କ ଏହି ସୁମଧୁର କଣ୍ଠସ୍ୱର ପଛରେ ତେନ୍ତୁଳି ଗଛ ହିଁ ଥିଲା | ତେନ୍ତୁଳିପତ୍ର ଲଗାତାର ଖାଇବା ପରେ ସେ ସଂଗୀତ ଜଗତର ସମ୍ରାଟ ହୋଇଥିଲେ | ଆଗ୍ରାରେ ତାନସେନଙ୍କର ମୃତ୍ୟୁ ହୋଇଥିଲା।

ତାନସେନଙ୍କର ଶେଷ ଇଚ୍ଛା ଥିଲା ଯେ ଯେତେବେଳେ ତାଙ୍କର ମୃତ୍ୟୁ ହେବ, ତାଙ୍କୁ ତାଙ୍କ ଆଧ୍ୟାତ୍ମିକ ଗୁରୁ ମହମ୍ମଦ ଘଉସଙ୍କ ସମାଧି ନିକଟରେ ସମାଧି ଦିଆଯିବ | ଏହା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା |ଯେଉଁଠାରେ ତାନସେନଙ୍କୁ ସମାଧି ଦିଆଯାଇଥିଲା ସେହି ସ୍ଥାନରେ ଏକ ତେନ୍ତୁଳି ଗଛ ବଢିଥିଲା | ଆଉ ଲୋକକଥା ଅନୁଯାୟୀ ଯିଏ ବି ଏହି ଗଛର ପତ୍ର ଖାଇବେ, ତାଙ୍କ କଣ୍ଠସ୍ୱର ସୁମଧୁର ହୋଇଯିବ | ଏହି ବୃକ୍ଷଟି ୬୦୦ ବର୍ଷ ପୁରୁଣା ଏବଂ ବିଶ୍ୱାସ କରାଯାଏ ଯେ ​​ଏହି ଗଛରେ ତାନସେନ୍ ଅଛନ୍ତି, ତେଣୁ ଯିଏ ଗଛର ପତ୍ର ଖାଇବେ, ତାଙ୍କୁ ତାନସେନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |

ସମ୍ବନ୍ଧିତ ଖବର