ମାସକୁ ମାତ୍ର ୬୪ଟଙ୍କା ଭଡ଼ା ଦେଇ ମୁମ୍ବାଇରେ ଥିବା ଏହି ଫ୍ଲାଟ୍ରେ ରହି ପାରିବେ, କିନ୍ତୁ ଗୋଟିଏ ସର୍ତ୍ତରେ…
ମୁମ୍ବାଇ : ଦକ୍ଷିଣ ମୁମ୍ବାଇର ବିଳାସପୁର୍ଣ୍ଣ ତାରାଦିଓ କ୍ଷେତ୍ରରେ ଏକ ଫ୍ଲାଟ୍ ଏବେ ଭଡ଼ାରେ ଉପଲବ୍ଧ ଥିବା ଜଣା ପଡ଼ିଛି । ଆପଣ ମାସକୁ ମାତ୍ର ୬୪ଟଙ୍କା ଦେଇ ଏହି ଫ୍ଲାଟ୍ରେ ରହି ପାରିବେ । ମୁମ୍ବାଇର ତାରାଦିଓ ଭଳି ଅଞ୍ଚଳରେ ୮୦୦ସ୍କୋୟାର ଫୁଟ୍ର ଫ୍ଲାଟ୍ରେ ରହିବାର ସମସ୍ତଙ୍କର ସ୍ୱପ୍ନ ରହିଥିବା ବେଳେ ଫ୍ଲାଟ୍ର ଭଡ଼ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏତେ କମ ଭଡ଼ା ପଛରେ କାରଣ ମଧ୍ୟ ସେଭଳି ରହିଛି । ଏତେ କମ ଭଡ଼ା ଥାଇ ମଧ୍ୟ ୧୧ବର୍ଷ ହେଲାଣି ଘର ଖାଲି ପଡ଼ିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଆର୍ଡି ମହାଲକ୍ଷ୍ମୀଓ୍ଵାଲା କମ୍ୟୁନିଟି ଚାରିଟି ବିଲ୍ଡିଂ ଟ୍ରଷ୍ଟ ଏକ ପାର୍ସୀ ସମୁଦାୟ ଟ୍ରଷ୍ଟ ହୋଇଥିବା ବେଳେ ୧୯୪୦ମସିହାରେ ମୁମ୍ବାଇ ପୁଲିସ ସହ ଏହି ଟ୍ରଷ୍ଟ ଏକ ରାଜିନାମା କରିଥିଲା । ଯେଉଁଥିରେ ଫ୍ଲାଟ୍ଟି କେବଳ ପାର୍ସୀ ପୁଲିସ ଅଫିସରଙ୍କୁ ହିଁ ଦିଆଯିବା ନେଇ ଲେଖା ଯାଇଥିଲା । କିନ୍ତୁ ଏବେ ମୁମ୍ବାଇ ପୁଲିସରେ ମାତ୍ର ଦୁଇ ଜଣ ପାର୍ସୀ ପୁଲିସ ଅଫିସର ଥିବା ଜଣା ପଡ଼ିଛି । ଜଣେ ମୁମ୍ବାଇ ବାହାରେ ମୁତୟନ ଥିବା ବେଳେ ଆଉ ଜଣଙ୍କ ପାଖରେ ନିଜର ଫ୍ଲାଟ୍ ରହିଛି । ଏହି କାରଣ ପାଇଁ ୧୧ବର୍ଷ ହେଲାଣି ଫ୍ଲାଟ୍ଟି ଖାଲି ପଡ଼ିଛି । ଏ ସମସ୍ୟାକୁ ଆଖି ଆଗରେ ରଖି ମୁମ୍ବାଇ ପୁଲିସ କରିଥିବା ରାଜିନାମାକୁ ହଟାଇବା ପାଇଁ ଟ୍ରଷ୍ଟ ସହ କଥାବାର୍ତ୍ତା ଆରମ୍ଭ କରିଥିବା ଜଣାପଡ଼ିଛି ।